( ଅଳକା ନଦୀ ଗର୍ଭ ରେ ନାଳ ଖୋଳି ଲୁଟିନେଲା କୋଟି କୋଟି ଟଙ୍କା ଡ୍ରେନେଜ ବିଭାଗ | ତଦନ୍ତ କରିବ କି ଭିଜିଲାନ୍ସ )
ଜଗତସିଂହପୁର
ତା =28/7/23
ଅଳକା ନଦୀ ଜଗତସିଂହପୁର ଜ଼ିଲ୍ଲା ର ଜୀବନ ରେଖା | ଏହି ନଦୀ ଦେଇ ଜ଼ିଲ୍ଲା ର କୋଣ ଅନୁକୋଣ ରୁ ଆସୁଥିବା ସମସ୍ତ ଉଦବୃତ୍ତ ଜଳ ସମୁଦ୍ରଗର୍ଭ କୁ ନିଷ୍କାସନ ହୋଇଥାଏ | ହେଲେ ଦୁଃଖ ଓ ପରିତାପର ବିଷୟ ଅଳକା ନଦୀ ଏବେ ଜବରଦଖଲକାରି ଙ୍କ କବଜାରେ | ଅଳକା ନଦୀ ର ପୁନଃରୁଦ୍ଧାର କରିବା ନିମନ୍ତେ ଉପକୂଳ ସୁରକ୍ଷା ପରିଷଦ ପକ୍ଷରୁ ସଂଯୋଜକ ସରୋଜ ନାୟକ ଅନେକ ବାର ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |ବହୁ ବିଳମ୍ବରେ ହେଲେ ମଧ୍ୟ୍ୟ ରାଜ୍ୟ ସରକାର ଜଳ ନିକାସ ବିଭାଜନ କୁ ଅଳକା ନଦୀ ଖୋଳିବା ନିମନ୍ତେ 4 କୋଟି 66ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ମଞ୍ଜୁରୀ କରିବା ପରେ ଜଳ ନିକାସ ବିଭାଜନ ପକ୍ଷରୁ ମାତ୍ର 17 କିଲୋମିଟର ଲମ୍ବ 15ଫୁଟ ଓସାର ରେ ଅଳକା ନଦୀ ନାଳଖୋଳି ବିଭାଗୀୟ ଅଧିକାରୀ ଏବଂ ଠିକାଦାର କୋଟି କୋଟି ଟଙ୍କାଘୋଟାଲା କରିଛନ୍ତି | ଯାହା କି ଜଗତସିଂହପୁର ଜନସାଧାରଣ ଙ୍କ ମଧ୍ୟ୍ୟ ରେ ତୀବ୍ର ଅସନ୍ତୋଷ ଦେଖାଦେଇଛି | ଏହାକୁ ଭିଜିଲାନ୍ସ ବିଭାଗ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଜନତା ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



