୧୨୮ ଲିଟର ଦେଶୀ ମଦ ଜବତ – ତିନି ଗିରଫ
ଢେ଼ଙ୍କାନାଳ – ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଥାନା ପକ୍ଷରୁ ଚଢାଉ କରାଯାଇ ଆଜି ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ସୂଚନା ମୁତାବକ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଥାନା ଅଧିକାରୀ ଓ ଷ୍ଟାଫ୍ ମିଶି କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଏହି ଚଢ଼ାଉ ବେଳେ ୧୨୮ ଲିଟର ଦେଶୀ ମଦ ଜବତ ହୋଇଛି। ଏଥିସହ ବୈସିଙ୍ଗା ଅଞ୍ଚଳର ମେଘ ନାଏକ ନିକଟରୁ ୪୨ ଲିଟର, ରାହନି ଅଞ୍ଚଳରୁ ବିରଢି ବୀରବର ପାତ୍ର ନିକଟରୁ ୫୬ ଲିଟର ଓ ପଦ୍ମନାଭପୁର ଅଞ୍ଚଳର ପ୍ରଦୀପ ସାହୁ ନିକଟରୁ ୩୯ ଲିଟର ଦେଶୀ ମଦ ଜବତ ହୋଇଛି। ଉକ୍ତ ତିନି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ଅବକାରୀ ବିଭାଗ ଓ ସମୁଦାୟ ୧୨୮ ଲିଟର ଦେଶୀ ମଦ ଜବତ କରିଛି।





