(ମୋବାଇଲ୍ ଟାୱାର ନିର୍ମାଣ କାର୍ଯ୍ୟକୁ ନେଇ ଗାଁରେ ତିମ୍ବି ତୋଫାନ।ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ମହିଳାଙ୍କ ପକ୍ଷରୁ ଚେତାବନୀ।)
ଜଗତସିଂହପୁର
ତା =4/8/23
ମୋବାଇଲ୍ ଟାୱାର ନିର୍ମାଣ କାର୍ଯ୍ୟକୁ ନେଇ ଗାଁରେ ତୁମ୍ବି ତୋଫାନ।ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ମହିଳାଙ୍କ ପକ୍ଷରୁ ଚେତାବନୀ।ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ମଙ୍ଗରାଜ ପୁର ଗ୍ରାମର ୧୬ ନଂ ୱାର୍ଡ଼ରେ।ତେବେ ଟାୱାର ଠାରୁ ମାତ୍ର ୨ ମିଟର ଓ ୩ ମିଟର ଦୂରରେ ଦୂର ଓ ଚତୃପାସରେ ଲୋକଙ୍କ ଘର ରହିଛି।ଘର ପାଖରେ ମୋବାଇଲ୍ ଟାୱାର ସ୍ଥାପନ ନ କରି ଅନ୍ୟତ୍ର ସ୍ଥାନରେ ସ୍ଥାପନ କରିବା ପାଇଁ ମହିଳାଙ୍କ ପକ୍ଷରୁ ପ୍ରତିବାଦ କରିବା ସହ ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମର ମହିଳା ମାନେ।
ତେବେ ମଙ୍ଗରାଜ ପୁର ଗ୍ରାମର ୧୬ ନଂ ୱାର୍ଡ଼ରେ ମୋବାଇଲ୍ ଟାୱାର ସ୍ଥାପନ କରିବା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।ଏହି ଟାୱାର ଚତୃପାସରେ ଅଧିକାଂଶ ଲୋକେ ରୋଗାକ୍ରାନ୍ତ ଅଛନ୍ତି।ଯଦି ଏହି ସ୍ଥାନରେ ମୋବାଇଲ୍ ଟାୱାର ସ୍ଥାପନ କରାଯାଏ ତାହେଲେ ଗର୍ଭବତୀ ମହିଳା,ହାଟ୍ ପେସେଣ୍ଟ,କିଡିନ୍ନି ରୋଗୀଙ୍କ ସମେତ ଅନେକ ଶିଶୁ ମାନେ ବିକଳାଙ୍ଗ ହେବାର ସମ୍ଭାବନା ରହିଛି।ଏହି ମୋବାଇଲ୍ ଟାୱାରକୁ ବନ୍ଦ କରିବା ପାଇଁ ସ୍ଥାନୀୟ ତସିଲଦାର ଓ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।
ତହସିଲଦାର ଙ୍କ ନୋଟିସ୍ ପାଇ ଗ୍ରାମ କମିଟି ତହସିଲ କୁ ଯାଇଥିଲେ ସେଠାରେ Noc ନ ନେ଼ଇ କେମିତି ରାତି ଦିନ ଧରି ୧୫ ଫୁଟ ଗାତ ଖୋଳିଲ, ସେଆର ହୋଲଡର ଙ୍କ ସହ ଚୁକ୍ତି କରିଛ କି ଏମିତି ବିଭିନ୍ନ ପ୍ରଶ୍ନ କରିଥିଲେ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର ଟାୱାର କମ୍ପାନୀକୁ। ଆମେ ଟାୱାର କମ୍ପାନୀକୁ ବିରୋଧ କରୁନୁ କିନ୍ତୁ ଜନବସତି ପାଖରେ ନ ବସି ଅନ୍ୟା ଜାଗାରେ ବସୁ ଥରେ ତହସିଲଦାର ଏଠାକୁ ଆସି କୋଉ ଜାଗାରେ ଟାୱାର ବସୁଛି ଟିକେ ଦେଖି ଦିଅନ୍ତୁ ବୋଲି ଗ୍ରାମର ମୁରବି ଓ ମହିଳା ମାନେ ନିବେଦନ କରିଛନ୍ତି। । ତା ପରେ ଯଦି ଏଠି ଟାୱାର ସ୍ଥାପନ କରାଯାଏ ତାହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଓ ଆଗାମୀ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଗ୍ରାମର ଲୋକେ। (ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ )


June 14, 2026/
No Comments



