( ସରକାରୀ ସୁବିଧା ସୁଯୋଗ ରୁ ବଞ୍ଚିତ ମଞ୍ଜୁଲତା ଙ୍କ ପରିବାର ପ୍ରତି ସରକାର ଙ୍କ ଶୁଭ ଦୃଷ୍ଟି ପଡିବ କେବେ…?)
ଜଗତସିଂହପୁର
ତା =6/8/23
କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ଶ୍ରେଣୀ ର ଲୋକମାନଙ୍କୁ ବାସଗୃହ ନିର୍ମାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଗୃହ, ବିଜୁ ପକା ଘର ଯୋଗାଇଦେଉଛନ୍ତି |କିନ୍ତୁ ବାସ୍ତବ କ୍ଷେତ୍ରରେ ସମାଜର ବଡ଼ପଣ୍ଡା ମାନେ ଚଞ୍ଚକତା ଓ ଆର୍ଥିକ ମନୋଭାବ ପୋଷଣ କରିବା ଦ୍ଵାରା ଧନୀସରକାରୀ ସୁବିଧା ସୁଯୋଗ ହାସଲ କରୁଥିବା ବେଳେ ଗରିବ ସରକାରୀ ସୁବିଧାରୁ ବଞ୍ଚିତ ହୋଇ କର୍ମକୁ ଆଦରି ବସିଛି |ଏହା ର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ସଦର ବ୍ଲକ ସିଂହାରପୁର ପଞ୍ଚାୟତ ଭୋଇ ସାହିରେ | ସିଂହାରପୁର ଭୋଇ ସାହିର ପ୍ରଭାତ ଭୋଇ ଙ୍କ ସ୍ତ୍ରୀ ମଞ୍ଜୁବାଳା ଭୋଇ ଝାଟି ମାଟି ଚାଳ ଛପର ଗୋଟିଏ ବଖରା ଘରେ ଆର୍ଥିକ ଅନାଟନ ମଧ୍ୟ୍ୟ ରେ ମୁଣ୍ଡ ଗୁଞ୍ଜି ପଡି ରହିଛି |ଦୁଇ ପୁଅ ବୋହୁ ଅନ୍ୟ ର କାମ ଧନ୍ଦା କରି ପର ବାରଣ୍ଡା ରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି | ହେଲେ ନିଷ୍ଠୁର ପ୍ରଶାସନ କିମ୍ବା ଲୋକ ପ୍ରତିନିଧି ଏଭଳି ଯୋଗ୍ୟ ବ୍ୟକ୍ତି ଙ୍କୁ ଆବାସ ବାସ ଗୃହ ପ୍ରଦାନ କରିବାରେ ଟଳଟୁଳ ନୀତି ଅବଲମ୍ବନ କରୁଥିବାରୁ ମଞ୍ଜୁଲତାପରିବାର ଆବାସ ଗୃହ ପାଇବାରୁ ବଞ୍ଚିତ ହୋଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




