( ଅସହାୟ, ନିଃସହାୟ ନିରଞ୍ଜନର ଭୋକ ଉପବାସ ରେ ବିତୁଛି ଜୀବନ )
ଜଗତସିଂହପୁର
ତା =7/8/23
ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ସାଁପୁର ଗ୍ରାମର ଅସହାୟ,ନିଃସହାୟ, ନିରାଶ୍ରୟ ସତୁରି ବର୍ଷୀୟ ବୃଦ୍ଧ ନିରଞ୍ଜନ ବାରିକ ।୧୯୯୯ ମସିହା ମହାବାତ୍ୟା ପୂର୍ବରୁ ନିଜସ୍ୱ ଘର ଦ୍ୱାର ଗାଁ ଛାଡ଼ି ନିରଞ୍ଜନ ନିକଟସ୍ଥ ଗୋବିନ୍ଦା ପୋଖରୀ ଗ୍ରାମରେ ଏକ ସରକାରୀ ଜାଗାରେ ଚାଳ ଛପର କୁଡ଼ିଆ ନିର୍ମାଣ କରି ରହୁଥିଲେ ।ସରକାରୀ ଜାଗାରେ ଅନେକ ଦିନ ରହିବା ପରେ ଜଗତସିଂହପୁର ତହସିଲଦାର ନିରଞ୍ଜନକୁ ଭୂମିହୀନ ପଟା ପ୍ରଦାନ କରିଥିଲେ | ନିରଞ୍ଜନ ର ବୟସଧିକ ହେବାରୁ ଆଉ ଚାଲିବାକୁ ସକ୍ଷମ ହେଲେ ନାହିଁ |ଚାଳ ଛପର ଝୁମ୍ପୁଡ଼ି ଘର ମରାମତି ଅଭାବରୁ ଭାଙ୍ଗି ରୁଜି ଗଲାଣି |ବୃଦ୍ଧ ନିରଞ୍ଜନ ରେଜଗାର କରି ଖାଇବା ତା ପକ୍ଷେ ଆଉ ସମ୍ଭବ ହେଉନି | ଭଙ୍ଗା ଚଳିଆରେ ରେ ପଲିଥିନ ଟାଙ୍ଗୀ ସୋଇ ରହିଛି | ଆତ୍ମୀୟ ସ୍ୱଜନ ବୋଲି କେହି ନାହାନ୍ତି |ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ଙ୍କ ଦୟାରେ ଦିନେ ଖାଇଲେ ଦୁଇଦିନ ଭୋକ ଉପବାସ ରେ ଜୀବନ ବିତାଉଛି | କେବଳ ସେତିକି ନୁହେଁ ବିଦ୍ୟୁତ ଲାଇନ୍ ନ ଥିବାରୁ ଘଞ୍ଚ ଜଙ୍ଗଲ ଭିତରେ ଅନ୍ଧାରରେ ବର୍ଷା କାଦୁଅରେ ଜୀବନ ବିତାଉଛନ୍ତି।
ଏହି ଅସହାୟ ନିରଞ୍ଜନ ଯେଉଁ ଭଳି ଭାବେ ଦୁଃଖ ଦୁର୍ଦ୍ଦଶା ରେ ପାଲ ତଳେ ପଡି ରହିଛନ୍ତି ଆପଣ ଦେଖିଲେ ବି ଆପଣଙ୍କ ଆଖିରୁ ବି ଲୁହ ଆସିଯିବ। ଏହି ସମୟରେ ଖବର ପାଇ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଜୟ ରାମ ସ୍ଵାଇଁ ସ୍ମୃତି ରଞ୍ଜନ ବିଶ୍ଵାଳ କିଛି ରାସନ ସାମଗ୍ରୀ ଦେବା ସହିତ ନିରଞ୍ଜନ ଙ୍କୁ କୌଣସି ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବା ସହିତ ସାହାଯ୍ୟ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସଂଗଠନ ପକ୍ଷରୁ ଦାବି ହୋଇଛି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





