( ବିଶିଷ୍ଟ ସ୍କ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ପ୍ରଣାକୃଷ୍ଣ ପଢିହାରୀ ଙ୍କ ଶ୍ରାଦ୍ଧବାର୍ଷିକ ପାଳିତ )
ଜଗତସିଂହପୁର
ତା =8/8/23
ଜଗତସିଂହପୁର ଜ଼ିଲ୍ଲା ର ବରପୁତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀ ଙ୍କ 65 ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି |ଏହି ଅବସରରେ ଜନ୍ମମାଟି ଜୟବଡ ଛକ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ପ୍ରଣାକୃଷ୍ଣ ପଢିହାରୀ ସ୍ମୁତି ପରିଷଦ କର୍ମକର୍ତା, ସ୍ଥାନୀୟ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ର ଛାତ୍ରୀ ତାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଯାଇଥିଲେ | ପରେ ଅନୁଷ୍ଠିତ ସ୍ମୁତିଚାରଣ ସଭାରେ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ପରିଷଦ ପ୍ରଦୀପ୍ତ କୁମାର ସାହୁ | ଶିକ୍ଷାବିତ ବିଜୟ କୁମାର ରଥ | ପରିଷଦ ର ସମ୍ପାଦକ ଶୁଭକାନ୍ତ ପଢିହାରୀ | ନିତ୍ୟାନନ୍ଦ ପଢିହାରୀ | କାଉନସିଲର ଜଗଦାନନ୍ଦ ପଢିହାରୀ |ପ୍ରମୁଖ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ପଢିହାରୀ ଙ୍କ ଦେଶ ପ୍ରେମ ଓ ତ୍ୟାଗର ପଟାନ୍ତର ନାହିଁ ବୋଲି କହିଥିଲେ | ଏହି ଅବସରରେ ସଂଗ୍ରାମୀ ପଢିହାରୀ ଙ୍କ ଜୀବନୀ ଉପରେ ଆୟୋଜିତ ହାଇସ୍କୁଲ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ସୋମ୍ୟ ପ୍ରକାଶ ବିଶ୍ୱାଳ | ଚନ୍ଦ୍ର ଶେଖର ସ୍ୱାଇଁ | ସସ୍ମିତା ରାଉତ |ଆଦ୍ୟାଶା ପଳେଇ ପ୍ରମୁଖ ଙ୍କୁ ପରିଷଦ ପକ୍ଷରୁ ପୁରସ୍କୃତ କରାଯାଇଥିଲା | ଶେଷରେ ସ୍ୱାଗତ ପଢିହାରୀ ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 19, 2026/
No Comments



