ମାଣ୍ଡବାସାହି ପଦ୍ମଶ୍ରୀ କ୍ଲବ୍ ପକ୍ଷରୁ ନାଟକ ପରିବେଷଣ
ଢେଙ୍କାନାଳ,୮/୮: ଢେଙ୍କାନାଳ ସହର ମାଣ୍ଡବାସାହି ପଦ୍ମଶ୍ରୀ ଡ୍ରାମାଟିକ୍ କ୍ଲବ୍ ଏ ବର୍ଷ ତା’ର ନବମ ଅବତାରରେ ହସଖୁସି ଭରା ହୃଦୟସ୍ପର୍ଶୀ ସାମାଜିକ ନାଟକ ‘ବନ୍ଧୁ ବାନ୍ଧିଛି ମୁଁ ଲୁହ ସାଥ୍ରେ’ ଗତ ୭ ତାରିଖ ସୋମବାର ରାତ୍ରରେ ପରିବେଷଣ ହୋଇଯାଇଛି । ଏହି ନାଟକଟି ସମାଜକୁ ଏକ ନୂତନ ଯୁଗାନ୍ତକାରୀ ଉପଦେଶ ସୃଷ୍ଟି କରିବା ସହିତ ଯୁବ ସମାଜ ଓ ନୂତନ ଶିକ୍ଷା ପ୍ରଦାନ କରିଥିଲା । ନାଟକଟି ହ୍ରଦୟସ୍ପର୍ଶୀ ଥୁଲା । ଏଠାରେ ବହୁତ କଳାପ୍ରେମୀ ଲୋକ ରାତିସାରା ଅନିଦ୍ରା ହୋଇ ଉପଭୋଗ କରିଥିଲେ । ଏହି କ୍ଲବ୍ର କଳାକାରମାନେ ଅତି ନିଖୁଣତାର ସହିତ ଅଭିନୟ କରିଥିବାରୁ ନାଟକଟି ଅତି ଉଚ୍ଚକୋଟିର ହୋଇଥିଲା । ନାଟକଟିକୁ ନବକିଶୋର ବେହେରା ନିର୍ଦ୍ଦେଶନା ଦେଇଥିବାବେଳେ ସଭାପତି ମଳୟ କୁମାର ରାଉତଙ୍କ ତତ୍ବାବଧାନରେ ନାଟକଟି ପରିବେଷଣ କରାଯାଇଥିଲା । କ୍ଲବ୍ର ସୁଶୀଲ କୁମାର ଦାସ, ଅକ୍ଷୟ ସାହୁ, ସର୍ବେଶ୍ବର ସାହୁ, ଫିଟୁ ଦାସ, ପ୍ରଦ୍ୟୁମ୍ନ ମିଶ୍ର, କାର୍ତିକ ସାହୁ, କାର୍ତିକ ରାଉତ, କାଳିଆ ସାହୁ, ଘନଶ୍ୟାମ ଦଳେଇ, ରାକାକାନ୍ତ ସାହୁ, ରାଜେଶ ସାହୁ, ଅମୂଲ୍ୟ ସାହୁ, ରାମ ସାହୁ ପ୍ରମୁଖ କଳାକାରମାନେ ଅଭିନୟ କରିଥିଲେ ।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
