ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧୂନତା ଦିବସ ପାଳିତ
ଅନୁଗୋଳ ୧୬/୮ – ଜିଲ୍ଲା ସ୍ତରୀୟ ୭୭ ତମ ସ୍ନାଧୁନତା ଦିବସ ସମାରୋହ ଗତକାଲି ଅନୁଗୋଳରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ପଡିଆ ଠାରେ ଆୟୋଜିତ ଉଦରେ ଓଡିଶାର ମାନ୍ୟବର ଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଚାପ କେଶରୀ ଦେବ ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇ ନିର୍ବାଚିତ ସମୟ ସକାଳ ୯ଘଟିକା ୧୫ ମିନିଟରେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥୁ ତାଙ୍କ ଅଭିଭାଷଣରେ କହିଥିଲେ, ୭୬ ବର୍ଷ ପୂର୍ବେ ଆମ ଆମର ସ୍ୱାଧନତା ପାଲଥିଲେ । ଭାରତର ନାଗରିକ, ସରକାରୀ କର୍ମକର୍ତ୍ତା, ସମସ୍ତ ଦଳର ରାଜନେତା,ସମାଜ ସେବୀ,ସମାଜର ବିଭିନ୍ନ ବର୍ଗର କାମ କରୁଥିବା ଜନସାଧରଣଙ୍କ ପାଇଁ ଏହା ଏକ ସଙ୍କଳ୍ପ ଦିବସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜିର ଦିବସ ଏକ ମାଇଲ୍ ଖୁଣ୍ଟ, ଏବଂ ଏହି ମାଇଲ ଖୁଣ୍ଟରେ ଆମେ ନିଜକୁ ପରିକ୍ଷା କରିବା ଉଚିତ । ୭୬ ବର୍ଷରେ ଆମେ କେତେ ଆଗେଇଲେ ଏବଂ ଯେଉଁ କଷ୍ଟରେ ଆମ ପୂର୍ବ ପୂରୁଷମାନେ ଜାତିର ଜନକ ମାହାତ୍ମାଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ, ନେତାଳି ସୁବାଷ ଚନ୍ଦ୍ର ବୋଷ,ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଠାରୁ ଆରମ୍ଭ କରି ଅନୁଗୋଳ ଜିଲ୍ଲାର ଏହି ବୀର ମାଟିର ଅନେକ ସ୍ୱାଧନତା ସଂଗ୍ରାମ ବଳିଦାନ ଦେଇଛନ୍ତି । ଏଣୁ ଏହି ଦିବସକୁ ମୁଁ ସଙ୍କଳ ଦିବସ ଭାବେ ପାଳୁଛି । ମତେ କହିବାକୁ ଗର୍ବ ଲାଗେ ଯେ, ମୁଁ ଯେଉଁ ମାଟିରେ ଛିଡା ହୋଇଛି ସେହି ଅନୁଗୋଳ ମାଟିର ଜନସାଧାରଣ ଓ ସ୍ବର୍ଗତ ମାଳତୀ ଦେବୀ ଚୌଧୁରୀ,ନବକୃଷ୍ଣ ଚୌଧୁରୀ,ସୋମନାଥ ସିଂ ଜଗଦେବ ଓ ପବିତ୍ର ମୋହନ ପ୍ରଧାନଙ୍କ ଭଳି ସ୍ବାଧୀନତା ସଂଗ୍ରାମଙ୍କର ସ୍ବାଧୁନତା ସଂଗ୍ରାମ ଓ ଆଧୁନିକ ଓଡିଶା ଗଠନରେ ଅତୁଳନୀୟ ଭୂମିକା ଥିଲା । ଅନୁଗୋଳ ହେଉଛି ସାରା ଓଡିଶାର କେନ୍ଦ୍ରବିନ୍ଦୁ ଏବଂ ଏକ ବିକାଶଶୀଳ ଶିଳ୍ପ ସମୃଦ୍ଧ ଜିଲ୍ଲା । ଅନୁଗୋଳ ଜିଲ୍ଲା ନଦୀ,ନାଳ,ପାହାଡ,ପର୍ବତ ଠାରୁ ଆରମ୍ଭ କରି ଖଣିଜ ସମ୍ପଦ ଏବଂ ଶିଳ୍ପ କ୍ଷେତ୍ରରେ ପରିପୃଷ୍ଠ । ସବୁଠାରୁ ଗର୍ବର ବିଷୟ ହେଉଛି ଭାରତରେ ରତ୍ପାନି କ୍ଷେତ୍ରରେ ୨୫ ଗୋଟି ଜିଲ୍ଲା ମଧ୍ୟରୁ ୧୯ ନମ୍ବର ସ୍ଥାନରେ ଓଡିଶାରେ ଏକ ମାତ୍ର ଜିଲ୍ଲା ଭାବରେ ଅନୁଗୋଳ ନିଜର ସ୍ଵତନ୍ତ୍ରତା ବଜାୟ ରଖୁଛି । ଗତ ୭୬ ବର୍ଷ ମଧ୍ୟରେ ଓଡିଶା ବହୁ ଉତ୍ଥାନ ପତନ ଦେଇ ଗତି କରିଛି । ଜନସାଧାରଣ ଓ ସରକାରୀ କର୍ମଚାରୀଙ୍କ ସହଯୋଗ ଏବଂ ସବୁ ବର୍ଗର ଲୋକମାନଂକ ଅବଦାନ ଫଳରେ ଓଡିଶା ଆଳି ଭଲ ସ୍ଥିତିରେ ପହଞ୍ଚି ପାରିଛି । ୨୦୦୦ ମସିହା ପରଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବରେ ବିଭିନ୍ନ କ୍ଷେତ୍ରରେ ସଫଳତାର ସ୍ବତନ୍ତ୍ର ମାନଦଣ୍ଡ ସୃଷ୍ଟି ହୋଇପାରିଛି ଯେପରିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଓଡିଶାର ସାଢେ ୪ କୋଟି ଅଧିବାସୀଙ୍କ ମଧ୍ୟରୁ ୩ କୋଟି ଜନସାଧାରଣ ମାଗଣାରେ ସ୍ବାସ୍ଥ୍ୟ ସେବା ପାଇପାରୁଛନ୍ତି । ଗର୍ଭବତୀ ମହିଳାମାନଂକ ଠାରୁ ଆରମ୍ଭ କରି ଗୁରୁତର ରୋଗୀମାନେ ଭାରତ ବର୍ଷର ବିଭିନ୍ନ ସରକାରୀ ବେସରକାରୀ ଉଭୟ ଚିକିତ୍ସାଳୟରେ ଚିକିତ୍ସା ସେବା ପାଇପାରୁଛନ୍ତି । ବାର୍ଦ୍ଧକ୍ୟ ଭତ୍ତା, ମହିଳା ଶସକ୍ତି କରଣ ଏବଂ ଗମନା ଗମନ କ୍ଷେତ୍ରରେ ସଡକର ଉନ୍ନତି କରଣ ଇତ୍ୟାଦିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସ୍ବାଧୁନତା ଦିବସକୁ ଏକ ମାଇଲ ଖୁଣ୍ଟ ଭାବେ ପରିଗଣିତ କରିବା ସହ ପୂର୍ବ ସ୍ୱାଧନତା ଦିବସ ଠାରୁ ଏ ସ୍ବାଧୁନତା ଦିବସ ପର୍ଯ୍ୟନ୍ତ ଆମେ କେଉଁ କେଉଁ କ୍ଷେତ୍ରରେ ଅଗ୍ରସର ହୋଇଛେ ତାହା ଆତ୍ମ ସମୀକ୍ଷା କରିବା ଉଚିତ୍, ସେତେବେଳେ ହିଁ ଏହି ଜାତି ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ । ଏହି ଅବସରରେ ମୁଁ ଅନୁଗୋଳର ସମସ୍ତ ଆବାଳ ବୃଦ୍ଧବନିତା,ସୁରକ୍ଷା ବାହିନୀ,ସରକାରୀ କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନଂକୁ ଧନ୍ୟବାଦ ଜଣାଉଅଛି |
ଏହି ଦିବସରେ ପରେଡ ମାର୍ଚ ପାଷ୍ଟରେ ସମୁଦାୟ ୩୯ ଗୋଟି ଦଳଙ୍କ ଠାରୁ ମୁଖ୍ୟ ଅତିଥ୍ୟ ଅଭିବାଦନ ଗ୍ରହଣ କରିଥିଲେ । ଶ୍ରୀ ହେମନ୍ତ କୁମାର ବିଲୁଗୁ, ନିଜର୍ଭ ଇନ୍ସପେକ୍ଟର,ପୋଲିସ ପରେଡ ପରିଚାଳନାରେ ସହଯୋଗ କରିଥିଲେ। ଜାତୀୟ ପତାକା ଉତ୍ତୋଳନ ସମୟରେ ଜିଲ୍ଲା ପୋଲିସ ବ୍ୟାଣ୍ଡ୍ ପାର୍ଟ ଦ୍ବାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ସ୍ବାଧନତା ଦିବସ ଉପଲକ୍ଷେ ଆୟୋଳିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ, ଗତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା,ସି.ବି.ଏସ.ର ଓ ଆଇ.ସି.ଏସ.ର ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ,ର ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥୁ ପୁରସ୍କୃତ କରିଥିଲେ । ସେହିପରି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କଣଲୋକ ପଞ୍ଚାୟତକୁ ଶ୍ରେଷ୍ଠ ଅମୃତ ସରୋବର ପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଥିଲା । ପରେତରେ କୃତିତ୍ୱ ହାସଲ କରିଥିବା ଦଳ ଗୁଡିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଆୟୋଜିତ ସ୍ୱେଛାକୃତ ରକ୍ତଦାନ ଶିବିରକୁ ପରିଦର୍ଶନ କରିଥିଲେ । ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଂକୁ ଫଳ ବଣ୍ଟନ କରିବା ସହ ସେମାନଂକ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ସେ ନାଲ୍କୋ ସ୍ଥିତ ଆଲୁମିନିୟମ୍ ପାର୍କ ପରିଦର୍ଶନ କରିଥିଲେ । ପରେ ପରେ ମୁଖ୍ୟ ଅତିଥୁ ସ୍ଥାନୀୟ ସଭାଘରଠାରେ ଜେ ଏସ୍ ପି ଏଲ୍ ସହାୟତାରେ ମାତୃ ମୃତ୍ୟୁହାର କମାଇବା ଲକ୍ଷ୍ୟରେ ‘ପର୍ଶ’ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେହି କାର୍ଯ୍ୟକ୍ରମରେ ମାନସିକ ସ୍ବାସ୍ଥ୍ୟର ଉନ୍ନତି ନେଇ ଏକ ଅଭିନବ କାର୍ଯ୍ୟକ୍ରମ ‘ସମ୍ଭବଙ୍କୁ ମଧ୍ୟ ଉଦଘାଟନ କରିଥିଲେ । ସନ୍ଧ୍ୟାରେ ମୁଖ୍ୟ ଅତିଥୁ ଇକୋ ପାର୍କର ବୋଟିଂ ସେଣ୍ଟରରେ ଅନୁଗୋଳବାସୀମାନଂକ ପାଇଁ ଏକ ଫାଉଣ୍ଟେନ୍ ର ଉଦଘାଟନ କରିଥିଲେ ଏବଂ କିଛି ସମୟ ସେଠାରେ ରହି ସେହି ମନୋରମ ଦୃଶ୍ୟକୁ ଉପଭୋଗ କରିଥିଲେ । ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାକି ଯନ୍ତ୍ରଦ୍ବାରା ରାମଧୂନ ବଳାଯାଇ ସହର ପରିକ୍ରମା କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରିବା ସହ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ବାଧୁନତା ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳଂକ ସମେତ ଉତ୍ତର କେବାଂଚଳ ଡି ଆଇ କି ଶ୍ରୀ ବ୍ରଜେଶ କୁମାର ରାଏ,ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଏହାଛଡା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରିତିମୟଙ୍କ ସମେତ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ,ବୁଦ୍ଧିଜିବୀ ଓ ଗଣମାଧ୍ୟମର ପ୍ରତିନିଧୁମାନେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ସଭାଘର ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
