ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆମ୍ବମୁଣ୍ଡା ଡେରାରେ ଜ୍ଞାନ ବିଜ୍ଞାନ ମେଳା
ଅନୁଗୋଳ/ଡେରା – 16/08/2023 ରିଖ (ବୁଧବାର) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆମ୍ବମୁଣ୍ଡା ଡେରା ବିଦ୍ୟାଳୟ ପରିସରରେ ତାଳଚେର ସଙ୍କୁଳର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାର ଉଦ୍ ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀ ବେଣୁଧର ମହାରଣା, ପ୍ରଧାନ ଶିକ୍ଷକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ହେଂସମୂଳ, ସମ୍ମାନିତ ଅତିଥି ଭାବେ ଶ୍ରୀ ପ୍ରଶାନ୍ତ କୁମାର ପାଣି, ପ୍ରଧାନ ଶିକ୍ଷକ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡେରା, ତାଳଚେର ସଙ୍କୁଳ ପ୍ରମୁଖ ଶ୍ରୀ ପ୍ରମୋଦ କୁମାର ମିଶ୍ର ଓ ସଙ୍କୁଳ ସଂଯୋଜକ ଶ୍ରୀ ହେମନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଉପସ୍ଥିତ କାର୍ଯ୍ୟକର୍ତାଙ୍କର ପରିଚୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅଭିମନ୍ୟୁ ବାରିକ ପ୍ରଦାନ କରିଥିଲେ ଓ ସ୍ବାଗତ ଭାଷଣ ରଖିଥିଲେ। ସ୍ଥାନୀୟ ପରିଚାଳନା ସମିତିର ସଭାପତି ଶ୍ରୀ ଉପେନ୍ଦ୍ର ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ। ସ୍ଥାନୀୟ ପରିଚାଳନା ସମିତିର ଉପ ସଭାପତି ଶ୍ରୀ ଗିରିଶ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଦିବେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶିଶୁ ମାନଙ୍କୁ ଅସମ୍ଭବକୁ ବିଜ୍ଞାନ ମାଧ୍ୟମରେ ସମ୍ଭବ କରିବାର ସମ୍ଭାବନା ତିଆରି କରିବା ପାଇଁ ପ୍ରେରଣା ଦେଇଥିଲେ।
ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ତାଳଚେର ସଙ୍କୁଳର ମୋଟ ସାତୋଟି ବିଦ୍ୟାଳୟରୁ ୨୩୫ ଜଣ ଶିଶୁ ଯୋଗଦାନ କରିଥିଲେ। ଏଥିରେ ବିଜ୍ଞାନ ପ୍ରକଳ୍ପ, ପତ୍ର ବାଚନ, ପ୍ରୟୋଗ, ଗଣିତ ପ୍ରକଳ୍ପ, ପ୍ରୟୋଗ ଓ ନମୁନା ପ୍ରଦର୍ଶନ, ସଂସ୍କୃତି ବୋଧ ପରି ଯୋଜନାରେ ପ୍ରଶ୍ନ ମଞ୍ଚ, କଥା କଥନ, ପ୍ରତିଯୋଗିତା, ଲୋକନୃତ୍ୟ, ମୂର୍ତ୍ତି କଳା ଓ ଆଚାର୍ଯ୍ୟ ନିବନ୍ଧ ଲିଖନ, କଥା କଥନ ପ୍ରତିଯୋଗିତା ମାନ ହୋଇଥିଲା। ଏହି ସବୁ ବିଷୟର ମୂଲ୍ୟାୟନ ପାଇଁ ପାଖାପାଖି ୧୬ ଟି ସରକାରୀ ବିଦ୍ୟାଳୟରୁ ୧୬ ଜଣ ବିଜ୍ଞାନ ଶିକ୍ଷକଙ୍କୁ ଆମନ୍ତ୍ରଣ କରାଯାଇଥିଲା ଓ ସେମାନେ ସମସ୍ତ ବିଷୟକୁ ମୂଲ୍ୟାୟନ କରିଥିଲେ। ଶେଷରେ ଫଳାଫଳ ଘୋଷଣା କରାଯାଇ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା। ସମସ୍ତ ବିଚାରକ ମାନଙ୍କୁ ଉପଢ଼ଉକନ୍ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ସେବା ବ୍ରତିଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ସଙ୍କୁଳ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ଆଚାର୍ଯ୍ୟ ଆଚାର୍ୟା ମାନେ ପରିଚାଳନା ପାଇଁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାତୋଟି ବିଦ୍ୟାଳୟର ସମସ୍ତ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ ପୂର୍ବକ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
