ଶାମେଶ୍ଵର ଜୀଉ ଆଞ୍ଚଳିକ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଭାରତମାତା ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସୈନିକ, ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
ବିଷୟ ____ ବିଂଝାରପୁର ବ୍ଳକ ଅନ୍ତର୍ଗତ ଅରିଲୋ ଠାରେ ଇଂରେଜ ସରକାରଙ୍କ ଦ୍ବାରା ନିମିତ୍ତ କୋଠିଢିହଠାରେ ଭାରତୀୟ ଯବାନମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ଭାରତମାତା ପ୍ରତିମୂର୍ତ୍ତି ଉନ୍ମୋଚନ ହେବାସହ ଜାତୀୟ ପତକା ଉତ୍ତୋଳନ ହୋଇଯାଇଛି। ଅଖିଳଚକ୍ର ଓଡ଼ିଶାର ସଭାପତି ରାଜ୍ୟ ବର୍ଦ୍ଧନ ଧଳ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତିର ଅନାବରଣ କରିଥିଲେ।ଏହି ଅବସରରେ ଅଖିଳ ଚକ୍ର ଓ ଶ୍ୟାମେଶ୍ଵର ଉନ୍ନୟନ ପରିଷଦ ପକ୍ଷରୁ ୨୨ ଜଣ ଭାରତୀୟ ସୈନିକ ଓ ସ୍ଥାନୀୟ ଅଞ୍ଚଳର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରିଷଦର ସଭାପତି ନରହରି ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାମଲ ସଂପାଦକୀୟ ପାଠ ପଢିଥିଲେ। ଅଖିଳଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଅଜୟ କୁମାର ଓଝା,, ସାଂସ୍କୃତିକ ସମ୍ପାଦକ ଗୋପିନାଥ ଦାଶ ,ଗଣେଶ ପ୍ରସାଦ ଦାଶ, ତରୁଣକାନ୍ତି ନନ୍ଦ,ପ୍ରମୋଦ ସାମଲ, ଜୟୀରାମ ରଥ, ଦୁର୍ଯ୍ୟୋଧନ ରାଉତ,ଲେଖକ ନିରଞ୍ଜନ ବେହେରା, ସମାଜସେବୀ ପରୋପକାରୀ ଏବଂ ଆବାହକ ଅଟଳ ବିହାରୀ ନାୟକ ଶ୍ୟାମେଶ୍ଵର ପୀଠକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାପାଇଁ ପରାମର୍ଶ ଦେଇଥିଲେ, ଶିକ୍ଷାବିତ ସମାଜସେବୀ ରବିନ୍ଦ୍ର କୁମାର ପରିଡ଼ା କହିଲେ ଯେ ଭାରତମାତା ପ୍ରତିମୂର୍ତ୍ତି ନିର୍ମାଣ ହେବା ଦ୍ବାରା ପିଠ ଟିର ମଯ୍ୟାତା ବୃଦ୍ଧି ପାଇବ। ଉତ୍ସବ ରେ ଆଖପାଖ ଅଞ୍ଚଳରୁ ଓ ବିଭିନ୍ନ ସ୍କୁଲମାନଙ୍କରୁ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ଥିଲେ।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

