ପୁସ୍ତକ ଲୋକାର୍ପଣ ଉତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଛନ୍ଦାମୁଣ୍ଡ ଠାରେ ଥିବା ତ୍ରିପାଠୀ ମଣ୍ଡପରେ ଆଜି ଅଭ୍ୟର୍ଥନା କମିଟି ପକ୍ଷରୁ କବି ଗନ୍ଧର୍ବ ଚରଣ ଦାସଙ୍କ ପୁସ୍ତକ ବୃନ୍ଦାବତୀ ର ଲୋକାର୍ପଣ ଉତ୍ସବ ଓ ଓଡ଼ିଶାର ଲବ୍ଧ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏକ ମନୋରମ ପରିବେଶରେ ଅଙ୍କବସ୍ତ୍ର ଓ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ଉତ୍ସବରେ ବୃର୍ବତନ ବ୍ଳକ ଅଧ୍ୟକ୍ଷ ନନ୍ଦକିଶୋର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ପ୍ରଫେସର କୁମର ବର ଦାସ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ବର ମହାନ୍ତି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଡଃ ଦେବପ୍ରସାଦ ସାମଲ, ପ୍ରମୁଖ ଯୋଗଦେଇ ଥିଲେ। ପୁସ୍ତକର ସମୀକ୍ଷା କରିଥିଲେ ଶିକ୍ଷକ ପ୍ରଦିପ କୁମାର ଜେନା, ଅତିଥି ପରିଚୟ ପ୍ରଦାନ କରିଥିଲେ ପୃର୍ବତନ ଶିକ୍ଷକ ନାରାୟଣ ଚନ୍ଦ୍ର ଦାସ। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଶ୍ରୀକାନ୍ତ ଘଡାଇ। ଅତିଥି ମାନେ ପ୍ରକାଶ କରିଥିଲେ ଯେ ସାହିତ୍ୟ ହେଉଛି ସମୁଦ୍ର ପରି ଅଥଳ ଆକାଶ ପରି ଅପରିସୀମା ତାର କଳ୍ପନା କରିବା ଏକ ଦୁରୁହ ବ୍ୟାପାର ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ସଂପାଦକୀୟ ବିବରଣୀ ପାଠ କରିଥିଲେ ପୃର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ କୁମାର ପାତ୍ର। ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ଥାଟୋଇ, ଦୀନବନ୍ଧୁ ସାହୁ, ସୁଶାନ୍ତ କୁମାର ନାୟକ, ନିରଞ୍ଜନ ଦାଶ ,ରଞିତ କୁମାର ଦାଶ,ଅଜୟ ଖଣ୍ଡୁଆଳ ପ୍ରମୁଖ ଯୋଗଦେଇ ଥିଲେ।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




