ଆସନ୍ତା କାଲି ଶ୍ରାବଣ ମାସର ତୃତୀୟ ସୋମବାର କପିଳାସ ପିଠ ପ୍ରଭୂଶ୍ରୀ ଚନ୍ଦ୍ରଶେଖର ଙ୍କ ମସ୍ତକରେ ଜଳ ଲାଗି ଉଦ୍ଦେଶ୍ୟରେ ହଜାର ହଜାର ସଂଖ୍ୟାରେ ବହୁ ଦୂରଦୂରାନ୍ତରୁ ଭକ୍ତ ଗଣଙ୍କ ଆଗମନ ହୋଇଛି।ସେଥିପାଇଁ ଢେ଼ଙ୍କାନାଳ ଉପକଣ୍ଠ ରାମେଶ୍ବର ପୁର ଠାରେ ଢ଼େଙ୍କାନାଳ ସହରର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ‘ସାଇସେବା ଦଳ ‘ ତରଫରୁ ପ୍ରାୟ ୩୦୦୦ ହଜାର କାଉଡ଼ିଆ ଭକ୍ତ ମାନଙ୍କ ପାଇଁ ମାଗଣା ପ୍ରସାଦ ସେବନ ,ମାଗଣା ଔଷଧ ସେବା ପ୍ରଦାନ କରାଯାଇଛି ।ଏହି ସେବା କାର୍ଯ୍ୟକ୍ରମ ଅନୁଷ୍ଠାନର ସମସ୍ତ ସଦସ୍ୟ ପୂର୍ଣ୍ଣମାତ୍ରାରେ ସହଯୋଗ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଢ଼େଙ୍କାନାଳ ସହରର ବହୁ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ ।

September 23, 2026/
No Comments



