ଶ୍ରାବଣ ମାସର ସଷ୍ଟସୋମବାର ରେ ବଡବିଲ ସହରରେ କାଉଡ଼ିଆଙ୍କ ବିଶାଳ ଶୋଭାଯାତ୍ରା।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ଆଜି ଶୈବଭକ୍ତ ତଥା କାଉଡ଼ିଆ ଙ୍କ ବିଶାଳ ଶୋଭାଯାତ୍ରା କରାଯିବାର ଦେଖିବାକୁ ମିଳିଥିଲା। ଆଜି ପବିତ୍ର ଶ୍ରାବଣ ମାସର ସଷ୍ଟ ସୋମବାର ଅବସରରେ ବଡବିଲ ପୌରାଞ୍ଚଳ ରେ ପୁରୁଷ ଓ ମହିଳା ଙ୍କୁ ନେଇ କାଉଡ଼ିଆ ଙ୍କ ଏକ ବିଶାଳ ଶୋଭାଯାତ୍ରା ବଡବିଲ ପୌରାଞ୍ଚଳ 12ନମ୍ବର ୱାର୍ଡ ସ୍ଥିତ କାରୋ ନଦୀରେ ପୂଜାର୍ଚ୍ଚନା ଓ ଆଳତି କରିଥିଲେ, ତତ୍ପରେ ପାଖାପାଖି ଚାରିଫୁଟ ଉଚ୍ଚତା ବିଶିଷ୍ଟ ଏକ ବିଶାଳ ଶିବଲିଙ୍ଗ କୁ ପୂଜାର୍ଚ୍ଚନା କରି ନଦୀରୁ ଜଳ ଧରି ଦୁଇଟି ବିଶାଳ ବାଉଙ୍ଗି ରେ ଉଭୟ ପୁରୁଷ ଓ ମହିଳା ନିଜ ନିଜର ଜଳକଳସ ବାନ୍ଧି ହାତରେ ତ୍ରିଶୂଳ ଧରି ମହାଦେବ ଙ୍କ ନାମ ଭଜିଭଜି ନୃତ୍ୟ କରି ବଡବିଲ ସହର ପରିକ୍ରମାକରି ପାଖାପାଖି ଦଶକିଲୋମିଟର ଦୁରତ୍ଵ ପଦଯାତ୍ରା କରି ସୁଦୂର ଠାକୁରାଣୀ ଜଙ୍ଗଲ ଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶ ମଧ୍ୟରେ ଥିବା ଦେବାଧିଦେବ ମହାପ୍ରଭୁ ମହାଦେବ ବାବା ଜଟେଶ୍ୱର ଙ୍କ ମନ୍ଦିରକୁ ଯାଇ ଜଟେଶ୍ୱର୍ ମହାଦେବ ଙ୍କୁ ଜଳାଭିଷେକ କରିଥିବାର ଦେଖିବାକୁ ମିଳିଥିଲା । ଏହି ଅବସରରେ ସମଗ୍ର ଅଞ୍ଚଳରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଥିଲା। କାଉଡିଆଙ୍କ ଏହି ଶୋଭାଯାତ୍ରାରେ ଅନେକ ସଂଖ୍ୟାରେ ଶୈବଭକ୍ତ ଯୋଗଦେଇଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



