ବିଜୁ ଜନତାଦଳ ପକ୍ଷରୁ ଜୀବନବିନ୍ଦୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ।
ବିଗତ ଦିନ ମାନଙ୍କରେ ଅନେକ ସମୟରେ ରକ୍ତ ଅଭାବରୁ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିବା ଦେଖାଯାଇଛି। କାହାରି ଯେପରି ରକ୍ତ ଅଭାବରୁ ଜୀବନ ନଯାଉ ଯାହାକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ରକ୍ତ ଦାନ କରିବାକୁ ଆହ୍ବାନ ଦେଇଥିଲେ ଓ ଜୀବନବିନ୍ଦୁ ନାମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାକୁ ବିଜୁଜନତା ଦଳ ତତ୍ପର ହୋଇ ଉଠିଥିଲା । ସେହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ଆଜି ଏହି ଜୀବନବିନ୍ଦୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଜି ବଡବିଲ ପୌରାଞ୍ଚଳ ୱାର୍ଡ ନମ୍ବର ଚାରି ସ୍ଥିତ ବଡବିଲ ଟାଉନ ହଲ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମ କୁ ବଡବିଲ ବିଜୁଜନତା ଦଳର କର୍ମୀବୃନ୍ଦ ଙ୍କ ସହାୟତାରେ ଆୟୋଜନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟିକା ମିନାକ୍ଷୀ ମହାନ୍ତ ଉପସ୍ଥିତ ରହି ତଦାରଖ କରୁଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ବଡବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ଙ୍କ ପ୍ରତେଖ୍ୟ ତତ୍ତ୍ଵାବଧାନରେ କରାଯାଇଥିବା ଦେଖିବାକୁ ମିଳିଥିଲା ଏବଂ ଏହି ଅବସରରେ ମୋଟ ଶହେଚାର ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା। ଏହି କାର୍ଯ୍ୟକ୍ରମ ରେ ରକ୍ତ ଦାନ କରିବାକୁ ଆସିଥିବା ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ରକ୍ତଦାନ କରିଥିବା ସମସ୍ତ ଲୋକଙ୍କୁ ବିଧାୟିକା ଓ ନଗରପାଳ ସାର୍ଟିଫିକେଟ ପ୍ରଦାନ ସହ ଏହି କାର୍ଯ୍ୟକ୍ରମ ରେ ରକ୍ତଦାନ ପରି ମହତ କାର୍ଯ୍ୟରେ ଯୋଗ ଦେଇଥିବାରୁ ବିଜୁଜନତା ଦଳ ପକ୍ଷରୁ ଅନେକ ଅନେକ ଧନ୍ୟବାଦ୍ ଜଣାଇଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




