( ମଦ୍ୟପ ଦିଅର ଆକ୍ରମଣ ରେ ଭାଉଜ ଗୁରୁତର | ଅଭିଯୁକ୍ତ ଦିଅର କୁ ଗିରଫ ଦାବିରେ ଏସ. ପି ଙ୍କୁ ଦାବିପତ୍ର ପ୍ରଦାନ )
ଜଗତସିଂହପୁର
ତା =22/8/23
ଘରୋଇ କଳି କୁ କେନ୍ଦ୍ର କରି ମଦ୍ୟପ ସାନ ଦିଅର ବଡ଼ ଭାଉଜ କୁ ଅତି ନିର୍ମମ ଭାବେ ଜିଆଇ ପାଇପ ଦ୍ଵାରା ଆକ୍ରମଣ କରିବାରୁ ଭାଉଜ ର ଗୋଡ଼ ଭାଙ୍ଗି ଚୁରମାର ହୋଇଯାଇଛି | ଯାହା ଦ୍ଵାରା ଭାଉଜ କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ରେ ଚିକିତ୍ସା କରାଯାଉଛି | ଏ ସମ୍ପର୍କ ରେ କୁଜଙ୍ଗ ପୋଲିସ ଦଶ ଦିନରୁ ଉର୍ଦ୍ଧ ହେବ ଅଭିଯୋଗ ପାଇ ନୀରବରେ ବସିରହିଛି |ଅଭିଯୁକ୍ତ କୁ ଗିରଫ କରିବାକୁ ସ୍ୱାମୀ ଏବଂ ଶଶୁର ଜଗତସିଂହପୁର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ କୁ ଦାବିପତ୍ର ପ୍ରଦାନ କରିଛନ୍ତି | ଖବର ନେବାରେ ଜଣାଯାଇଛି କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ଅଞ୍ଚଳର ବଡବୁଦା ଗ୍ରାମର ଲଛମନ ସେଠୀ ଙ୍କ ପରିବାର ରେ ଅଗଷ୍ଟ ଦଶ ତାରିଖ ସଂନ୍ଧ୍ୟା ରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା | କିଛି ସମୟ ପରେ ସାନ ପୁଅ ଗୋପବନ୍ଧୁ ସେଠୀ ପ୍ରଚୁର ମଦ୍ୟପାନ କରି ବଡ଼ ଭାଉଜ ସୁନେଇ ବେହେରା ଙ୍କୁ ଜିଆଇ ପାଇପ ସହାୟତା ରେ ମରଣାତ୍ମକ ଆକ୍ରମଣ କରି ଗୋଡ଼ ହାତ କୁ ନିର୍ମମ ଭାବେ ଶକ୍ତ ପ୍ରହାର କରିବା ଦ୍ଵାରା ଭାଉଜ ସୁନେଇ ଘଟଣା ସ୍ଥଳ ରେ ପଡି ଛଟ ପଟ ହେଉଥିବା ଦେଖି ସୁନେଇ ର ସ୍ୱାମୀ ବାସୁଦେବ ସାନ ଭାଇ ଗୋପବନ୍ଧୁ ଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଦୁଇ ଭାଇ ମଧ୍ୟ୍ୟ ରେ ମାଡ଼ ପିଟ ହୋଇଥିଲା | ଶେଷରେ ଗ୍ରାମବାସୀ 112 କୁ ଫୋନ କରିବାରୁ ସାନ ଭାଇ ଗୋପବନ୍ଧୁ ଘଟଣା ସ୍ଥଳରୁ କେଉଁ ଆଡ଼େ ଖସି ପଳାଇ ଥିଲା |ତାହା ପରେ ଘଟଣା ସମ୍ପର୍କ ରେ ବଡ଼ଭାଇ ବାସୁଦେବ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଲେ କୁଜଙ୍ଗ ପୋଲିସ ଅଭିଯୋଗ ପାଇଁ ନିରବଦ୍ରଷ୍ଟା ସାଜିଥିବାରୁ ସୁନେଇ ବେହେରା ଙ୍କ ସ୍ୱାମୀ ବାସୁଦେବ ସେଠୀ ଏବଂ ବାପା ହୃଦାନନ୍ଦ ଅଭିଯୁକ୍ତ ସାନ ଦିଅର ଗୋପବନ୍ଧୁ ଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ. ପି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




