ରାଷ୍ଟୀୟ ବିକାଶ ସେନା ତରଫରୁ ଇଷ୍ଟକୋଷ୍ଟ ରେଳ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
ଭୁବନେଶ୍ୱର, ୨୩ /୮: ଆଜି ରାଷ୍ଟ୍ରୀୟ ବିକାଶ ସେନା ତରଫରୁ ଏକ ପ୍ରତିନିଧି ଦଳ ସଙ୍ଘର ସଭାପତି କେ ବାଲାରାଜୁ ଆଚାରି ଙ୍କ ନେତୃତ୍ୱ ରେ ଭୁବନେଶ୍ଵର ସ୍ଥିତ ରେଲ୍ ସଦନ ଯାଇ ବିଭାଗୀୟ ମୁଖ୍ୟ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଢେଙ୍କାନାଳ, ଯାଜପୁର ଓ ଅନୁଗୁଳ ଜିଲ୍ଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ଅନୁଗୁଳ ଠାରୁ ବାଲେଶ୍ଵର ଭାୟା କାମାକ୍ଷାନଗର – , ଭୁବନ ଏକ ପାସେଞ୍ଜର ଟ୍ରେନ ଓ ଅନୁଗୁଳ ଠାରୁ ହାୱଡା ଭାୟା କାମାକ୍ଷାନଗର – ଭୁବନ ଏକ ଏକ୍ସପ୍ରେସ ଟ୍ରେନ ଚଳେଇବା ପାଇଁ ଜିଏମ୍ , ଇଷ୍ଟ୍ କୋଷ୍ଟ ରେଲୱେ ଙ୍କ ନିକଟରେ ଦାବୀ କରିଛନ୍ତି। ଏହା ଯଦି ଏହି ରେଲ ସେବା ଆରମ୍ଭ ହୁଏ ତେବେ ତେବେ ଏହି ସବୁ ଜିଲ୍ଲାର ୪ରୁ ପାଞ୍ଚ ଲକ୍ଷ ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଲୋକ ମାନେ ଉପକୃତ ହୋଇ ପାରିବେ। ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ରାଷ୍ଟ୍ରୀୟ ବିକାଶ ସେନା ର ସଭାପତି କେ ବାଲାରାଜୁ ଆଚାରି ଙ୍କ ସହିତ ଉପ ସଭାପତି ଜିତେଶ ମହାନ୍ତି, ସାଧାରଣ ସମ୍ପାଦକ ଘାସିରାମ ଖିଲୋ, ସମ୍ପାଦକ ମନୋରଞ୍ଜନ ସାସମଲ୍ , ଶତ୍ରୁଘ୍ନ ସେଥି ଓ ମିତା ଜେନା ପ୍ରମୁଖ ସେନା ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
