ସ୍ବର୍ଗତ ବାସୁଦେବ ନାୟକଙ୍କ ମହାପ୍ରୟାଣରେ ସ୍କୁତିସଭା ଅନୁଷ୍ଠିତ
ବିଷୟ _____ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଛୋଳ ପଞାୟତର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ତଥା କବି,ଲେଖକ ସ୍ବର୍ଗତ ବାସୁଦେବ ନାୟକଙ୍କ ମହାପ୍ରୟାଣରେ ଏକ ସ୍କୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ଅଜୟ କୁମାର ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଅବସରପ୍ରାପ୍ତ ଶିକ୍ଷକ ଗଦାଧର ପଢ଼ିହାରି, ସମ୍ମାନିତ ଅତିଥି ଭାବେ ନାରାୟଣ ଚନ୍ଦ୍ର ଦାସ,ଅଶୋକ କୁମାର ଦାସ,ପ୍ରଦୀପ ଜେନା ପ୍ରମୁଖ ଯୋଗଦେଇ ଥିଲେ। ଧନ୍ୟବାଦ୍ ଅର୍ପଣ କରିଥିଲେ ମନ୍ମଥ କୁମାର ନାୟକ। ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ଦାଶ,କଳାକାର ପାତ୍ର,ପୁରୋଷ୍ଣମ ଧଳ,ଗୁରୁଚରଣ ସାହୁ,ସରୋଜ ମଲ୍ଲିକ, ବିଷ୍ଟୁଚରଣ ସାମଲ,ସୁଧିର କୁମାର ଆଚାର୍ଯ୍ୟ,ପଦ୍ମାକର ଗୁରୁ,କେଶବ ଚରଣ ସ୍ବାଇଁ ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ମାନେ ପ୍ରକାଶ କରିଥିଲେ ଯେ ମିଷ୍ଟ ଭାଷି, ଧର୍ମପରାୟଣ ସମାଜସେବୀ ଏବଂ ପରୋପକାରୀ ଶାନ୍ତ ସ୍ବାଭାପର ଭାବେ ସାରା ବିଂଝାରପୁର ବ୍ଳକ ରେ ପରିଚିତ ଥିଲେ।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ






