ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ
ଆଜି ବି ସାରା ରାଜ୍ୟରେ ବର୍ଷା ସମ୍ଭାବନା । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳବର୍ତ୍ତୀ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ଠାରୁ ବର୍ଷା ପରିମାଣ କମିବ ଏବଂ ଶନିବାର ଓ ରବିବାର ବର୍ଷା ପରିମାଣ ଆହୁରି ହ୍ରାସ ପାଇବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ବାସ। ସାମଗ୍ରିକ ଭାବେ ରାଜ୍ୟରେ ବର୍ଷାର ପରିମାଣ ଏବେ ସ୍ବାଭାବିକ ରହିଛି। ଜୁନ୍ ୧ରୁ ଅଗଷ୍ଟ ୨୪ ମଧ୍ୟରେ ରାଜ୍ୟରେ ହୋଇଛି ୭୬୦.୨ ମିଲିମିଟର ବର୍ଷା ହୋଇଛି । ତେବେ ଜିଲ୍ଲା କଥା ଦେଖିଲେ, ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ୧୭ଟି ଜିଲ୍ଲାରେ ସ୍ୱାଭାବିକ ଏବଂ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ସେ କହିଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)
