ବର୍ଷା ପାଇଁ ଅଭୁତ ପରମ୍ପରା ପାହାଡ଼ ଚଢିଲେ ୧୨ ଖଣ୍ଡ ଗ୍ରାମ ଲୋକେ
ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପ ବର୍ଷା ଯୋଗୁ ଚାଷ କାମ ଆଗେଇ ପାରୁନାହିଁ ମରୁଡ଼ି ଆଶଙ୍କା କରି କିଛି ଅଞ୍ଚଳର ଲୋକ ଦେବାଦେବୀ କଂ
ସରଣ ନେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଳକ୍ର ମହିମା ଗ୍ରାମରେ ଏହି ଗ୍ରାମର ଗାଁ ମୁଣ୍ଡ ଦେବୀଙ୍କ ପୀଠରେ ଶହ ଶହ ଲୋକ, ଜମା ହୋଇ ଦେବୀଙ୍କୁ ମନାଇବା ପାଇଁ ନାଗରା ବାଜା, ଘଣ୍ଟ,ଦୁମଦୁମ ବାଦ୍ୟରେ ପିଠ ଦୁଲୁକିବା ସହ ଶିରାଙ୍କ ଦେହରେ କାଳିଶୀ ଚଢିଛି, ପୂଜାପାଠ ସହ ବଳୀ ନିମନ୍ତେ ଫୁଲ ମାଲ ପକାଇ ବୋଦା କୁ ସଜା ଯାଇଛି। ଏ ହେଉଛି ଆଦିବାସୀଙ୍କ ଅଦ୍ଭୁତ ପରମ୍ପରା, ସନାତନ ଧର୍ମଧାରାରେ ସ୍ବର୍ଗାଧିପତି ଦେବରାଜ ଇନ୍ଦ୍ର ବର୍ଷାର ସର୍ବମାନ୍ୟ ଦେବତା ଭାବେ ମାନ୍ୟତା ପାଇ ଆସୁଛନ୍ତି। ତେବେ ଆଦିବାସୀଙ୍କ ଆଦିମ ଧର୍ମଧାରାରେ ବର୍ଷାର ଦେବତା ଭାବେ ପ୍ରକୃତି ବିଶେଷକରି ମାତୃଦେବତୀ ମାନଙ୍କ ଉପାସନା କରାଯାଇଥାଏ। କେଉଁଠି ସ୍ଥଳ ବିଶେଷରେ ସେମାନଙ୍କ ନାମ ଭିନ୍ନ ଭିନ୍ନ ମଧ୍ୟ ହୋଇଥାଏ। ଏହି ପ୍ରାଚୀନ ଧାରାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ମହିମା ଗ୍ରାମରେ।
ବର୍ଷାର ଆଗମନ ପାଇଁ ଚାଲିଛି ଧରଣୀ ଉପାସନା। କୁହାଯାଏ’ ପାହାଡ଼ ଚଢ଼ିଲେ ନିଶ୍ଚିତ ବର୍ଷା ହୋଇଥାଏ ବୋଲି। ଏଥିପାଇଁ ଆଜି ୧୨ ଖଣ୍ଡ ଗାଁର ଲୋକେ ଜାନୀ ପୂଜାରୀ ଙ୍କ ସହ ମହିମା ପାହାଡ଼ ଚଢ଼ିଛନ୍ତି।
୧୨ ଖଣ୍ଡ ଗାଁର ଦେବାଦେବୀ ପାହାଡ଼ ଚଢ଼ି ଶୀର୍ଷ ସ୍ଥାନରେ ପହଞ୍ଚି ଦେବୀ ସରଗ ମାଉସୀଙ୍କ ଉପାସନା କରିଛନ୍ତି। ଆଶ୍ଚର୍ଯ୍ୟର କଥା ଦୀର୍ଘ ଦିନ ହେଲା ମାଟିରେ ଆବଶ୍ୟକ ହିସାବରେ ବର୍ଷା ପଡିନଥିବା ବେଳେ ମଙ୍ଗଳବାର ପାହାଡ଼ ଉପରେ ସରଗ ମାଉଲୀଙ୍କ ପୂଜା ନସରଣୁ ବର୍ଷା ଆରମ୍ଭ ହୋଇଥିଲା। ଦେବୀ ଦନ୍ତପାଟିଣୀଙ୍କ ସ୍ବରୂପା ସରଗ ମାଉଲୀ ଭକ୍ତମାନଙ୍କ ଭକ୍ତିରେ ପ୍ରୀତ ହୋଇ ବର୍ଷା କରାଇଲେ ବୋଲି ଲୋକେ ପ୍ରକାଶ କରିଛନ୍ତି।
ସକାଳୁ ପୀଠରେ ପୂଜାର୍ଚ୍ଚନା ପରେ ଦେବା ଦେବୀଙ୍କ ଶିରା, ପୂଜକ ଓ ଶତାଧିକ ଲୋକ ମନ୍ଦିର ପରିସରରୁ ଡଙ୍ଗର ଅଭିମୁଖେ ବିରାଟ ପଟୁଆରରେ ପାରମ୍ପରିକ ବାଜା ଘଣ୍ଟ, ଶଙ୍ଖର ଧ୍ବନି ଦେଇ ଆଗେଇ ଥିଲେ। ସେଠାରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ମା’ ସର୍ଗମାଉଳୀ ଦେବୀଙ୍କ ଠାରେ ଆଦିବାସୀ ପରମ୍ପରାରେ ପୂଜା କାର୍ଯ୍ୟ। ଏହି ସମୟ ମଧ୍ୟରେ ଶିରାଙ୍କ ଦେହରେ ପୂର୍ବରୁ ଦେବୀଙ୍କ କାଳିଶୀ ଚଢିଥିବାବେଳେ ବର୍ଷା ଆଗମନର କଥା ଦେବୀଙ୍କ ପ୍ରତିନିଧିତ୍ଵ କରୁଥିବା ପୁଝାରୀ ମାନେ ପଚାରି ବୁଝିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଳୀ କାର୍ଯ୍ୟ। ଚାରିଆଡ଼େ ବଳୀ ପ୍ରଥାକୁ ବିରୋଧ ସତ୍ତ୍ୱେ ଏଠି ଦେବାବୋଦାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଳୀ ଦିଆଯାଉଛି। ଏହା ଆଦିବାସୀ ମାନଙ୍କ ବିଶ୍ବାସ ଓ ଭାବନାର ଯାତ୍ରା, ଏହା ଖବର ପାଇ ଉଦ୍ଦିଷ୍ଟ, ଆମେ କୌଣସି ଅନ୍ଧବିଶ୍ୱାସ କୁ ପ୍ରଶୟ ଦେଉ ନାହୁଁ।
ସରଗ ମାଉଳୀଙ୍କ ଆସ୍ଥାନ ଗୁମ୍ଫା ସଦୃଶ୍ୟ ପଥର ଉପରେ ୧୨ଖଣ୍ଡ ଗ୍ରାମର ସାମିଲ ହୋଇଥିବା ଦେବାଦେବୀଙ୍କ ପୂଜକ, ଶିରା ମାନଙ୍କୁ ସୂତା ବନ୍ଧା ଯାଇ ୧୨ଟି ଛୋଟ ହାଣ୍ଡିରେ ପାଣି, କ୍ଷିର ଓ ମାଦକ ଲାଗି କରା ଯାଇଥିଲା। ପରେ ସର୍ଗ ମାଉଳୀଙ୍କ ଆସନରୁ ଭଲ ବର୍ଷାର କାମନା କରି ଇନ୍ଦ୍ର ଦେବଙ୍କୁ ସନ୍ଦେସ ପାଇଁ ପୂର୍ବ ଦିଗକୁ ଏକ ପାରାକୁ ଉଡା ଯାଇଥିଲା। ଏହାପରେ ସେଠାରୁ ମନ୍ଦିର ଅଭିମୁଖେ ଫେରି ଆସି ଦେବ ଶୀତଲ ପରେ ପୂଜା ସମ୍ପନ୍ନ ହୋଇଛି। କଳାହାଣ୍ଡି ଜିଲ୍ଲା ରୁ ତିରୁପତି ପାତ୍ର ଙ୍କସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ





