ଶିକ୍ଷକ ହୃଦାନନ୍ଦ ସାମଲଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଅଳକୁଣ୍ଡ ପଞାୟତ ଅଧୀନ ବାଗସାହି ରେ ଜନ୍ମଗ୍ରହଣ କରିଥିବା ହୃଦାନନ୍ଦ ସାମଲ ପେଶାରେ ଶିକ୍ଷକ ଥିଲେ ମଧ୍ୟ ସେ ଏକାଧାରରେ ସମାଜସେବୀ ସେହ୍ନି, ପରୋପକାରୀ ଶାନ୍ତ ସ୍ବାଭାପର ଭାବେ ସାରା ବିଂଝାରପୁର ବ୍ଳକ ରେ ପରିଚିତ ଥିଲେ। ସେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଶେଷରେ ଆଉରି ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରିଥିଲେ। ଇତିମଧ୍ୟରେ ସ୍ବାସ୍ଥ୍ୟ ଗତ କାରଣ ପାଇଁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ସେହିଠାରେ ତାଙ୍କର ପରଲୋକ ଘଟିଥିଲା ।ଆଡଭୋକେଟ ନାରାୟଣ ଚନ୍ଦ୍ର ଧଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଂଝାରପୁର ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ରବିନାରାୟଣ ମହାନ୍ତି, ନୂତନ ପେନସନ ଜୋଯନା , ପ୍ରାଥମିକ ଶିକ୍ଷକ ସଂଘ ବିଂଝାରପୁର ବ୍ଳକ ର କ୍ଷୀରୋଦ ଚନ୍ଦ୍ର ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ସୁବାଷ ଚନ୍ଦ୍ର ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈରାଗୀ ଶତପଥି ପ୍ରମୁଖ ଯୋଗଦେଇ ସ୍ବର୍ଗତ ହୃଦାନନ୍ଦ ସାମଲଙ୍କ ବିଷୟରେ କହିଥିଲେ ଯେ ସେ
ଏକାଧାରରେ ସମାଜସେବୀ ସେହ୍ନି ପରୋପକାରୀ ଶାନ୍ତଲୋକ,ସମାଜ ସଂସ୍କାରକ,ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସେ ଜଣେ ଥିଲେ।ସେ ଶିକ୍ଷକ ଥିଲାବେଳେ ବହୁ ଛାତ୍ର ଛାତ୍ରୀ ମାନଙ୍କୁ ମଣିଷ ଭଳି ମଣିଷ ଗଢିବାରେ ତାଙ୍କର ଉଦ୍ୟମ ବହୁତ ରହିଛି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସୁଶାନ୍ତ କୁମାର ଦାଶ,ପ୍ରମୋଦ ରଥ, ବିଶ୍ଵନାଥ ସାମଲ, ସୁବାଷ ଚନ୍ଦ୍ର ସାହୁ,ରମେଶ କୁମାର ଧଳ, ଅକ୍ଷୟ କୁମାର ଧଳ, ଦିନବନ୍ଧୁ ଧଳ, ରବିନ୍ଦ୍ର କୁମାର ଦାଶ, ରଞ୍ଜନ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ।ଏହି ସ୍କୁତିସଭା ରେ ସ୍ବର୍ଗତ ହୁଦାନନ୍ଦ ସାମଲଙ୍କ ଦୁଇପୁଅ ସଞ୍ଜିବ ସାମଲ,ରଞିବ ସାମଲ ଓ ବଡବାପା,ସାନବାପା, ବନ୍ଧୁବାନ୍ଧବ ପ୍ରମୁଖ ଉପସ୍ଥିତ ଥିଲେ।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




