ଗଁଦିଆ ବ୍ଳକ ର କାର୍ଯ୍ୟରତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ନାୟକ ଙ୍କୁ ଆଜି ଅଠେଇଶି ଅଗଷ୍ଟରେ ମଧ୍ୟାହ୍ନ ସମୟରେ ଗଁଦିଆ ବ୍ଳକ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ତରଫରୁ ସୌଜନ୍ୟମୂଳକ ସାକ୍ଷାତକାର ହୋଇଅଛି। ଏହି ସାକ୍ଷାତକାର ରେ ଢେଙ୍କାନାଳ ଜିଲ୍ଲା ଜାତୀୟ ପୁରସ୍କାର ପ୍ରାପ୍ତ ସଂଗଠନ ର ଉପଦେଷ୍ଟା ମନୋଜମଞ୍ଜରୀ ଲେଙ୍କା ଙ୍କ ସହିତ ଭାରତର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ର ଓଡ଼ିଶାର ସଂଯୋଜକ ହରିହର ସାହୁ ଉପସ୍ଥିତ ହୋଇ ଗୁଣାତ୍ମକ ଶିକ୍ଷା ଉପରେ ଆଲୋଚନା କରିବା ସହିତ ରାଜ୍ୟ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମ ତାଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଲଗାଇବା ପାଇଁ ଅନୁରୋଧ କରିଥିଲେ। ଗଁଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ତରଫରୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

September 19, 2026/
No Comments



