ସ୍ତ୍ରୀ ର ଟାଙ୍ଗିଆ ଚୋଟ ରେ ସ୍ବାମୀ ସଙ୍କଟାପନ୍ନ
ବଭାରତ ସରକାରଙ୍କ ଠାରୁ ଆରମ୍ଭ କରି ଓଡିଶା ସରକାରଙ୍କ ପକ୍ଷରୁ ଆଦିବାସୀ ଜନ ସାଧାରଣଙ୍କ ପ୍ରତି ଅନେକ ପ୍ରକାରର ସହଯୋଗ ରହିଥିଲେ ମଧ୍ୟ ଶିକ୍ଷା ର ଘୋର ଅଭାବ ଯୋଗୁଁ କେତେବେଳେ ଗୁଣିଗାରେଡି ସନ୍ଦେହରେ ହତ୍ୟା ତ ଆଉ କେତେବେଳେ ମଦ ପିଇ ସ୍ବାମୀ ସ୍ତ୍ରୀ ଝଗଡ଼ା ସୃଷ୍ଟିରୁ ହଣାକଟା ଭଳି ପରିସ୍ଥିତି ଦେଖିବାକୁ ମିଳିଥାଏ ଏହି ଖଣି ଅଞ୍ଚଳ ରେ,
ଠିକ୍ ସେହିପରି ଆଜି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ହାଣ୍ଡି ଭଙ୍ଗା ଠାରେ, ହାଣ୍ଡି ଭଙ୍ଗା ଗାଁ ର ବେଲସାହି ଠାରେ ରହୁଥିବା ଡୁରୁସୁ ମୁଣ୍ଡା ଓ ତାଙ୍କ ପତ୍ନୀ ସୂର୍ଯ୍ୟ ମୁଣ୍ଡା ଙ୍କ ମଧ୍ୟରେ ସବୁବେଳେ କିଛି ନା କିଛି କଥାକୁ ନେଇ ପାଟିତୁଣ୍ଡ ଲାଗି ରହିଥାଏ ଗତକାଲି ପ୍ରାୟ ରାତି ଗୋଟାଏ ପର୍ଯ୍ୟନ୍ତ ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେଇଥିଲା, ଏତେ ସବୁ ପରେ ମଧ୍ୟ ତାଙ୍କ ରାଗ ଥମି ନଥିଲା ଫଳରେ ପୁଣି ଆଜି ସକାଳୁ ସ୍ବାମୀ ସ୍ତ୍ରୀ ଦୁଇଜଣ ମଧ୍ୟରେ ଭିଷଣ ଝଗଡ଼ା ସୃଷ୍ଟି ହୋଇଥିଲା, ରାଗରେ ଏକ ଟାଙ୍ଗିଆ ଧରି ଡୁରୁସୁ ମୁଣ୍ଡା ତା ସ୍ତ୍ରୀ ସୂର୍ଯ୍ୟ ମୁଣ୍ଡା କୁ ହାଣି ହତ୍ୟା କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ତ୍ରୀ ସୂର୍ଯ୍ୟ ମୁଣ୍ଡା କଳେବଳେ କୌଶଳେ ତାଙ୍କ ସ୍ବାମୀ ଠାରୁ ଟାଙ୍ଗିଆ ଟିକୁ ଛଡ଼ାଇ ଆଣି ସିଧାସଳଖ ବେକର ପଛପଟେ ଦୁଇ ଚୋଟ ମାରିଦେବାରୁ ସ୍ବାମୀ ସଙ୍କଟାପନ୍ନ ଅବସ୍ଥାରେ ଥିବା ବେଳେ ବାମେବାରୀ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରଥମେ ଡୁରୁସୁ ମୁଣ୍ଡା ଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ପଠାଇବା ସହିତ ଘଟଣା ର ପ୍ରକୃତ ସତ୍ୟାସତ୍ୟ ଉପରେ ଗୁରୁତ୍ବ ଦେଇ ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି
କେନ୍ଦୁଝର ରୁ ରଞ୍ଜନ ବେହେରାଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




