( ୩ ଦଫା ଦାବି ନେଇ ଜଗତସିଂହପୁର ଜ଼ିଲ୍ଲା ଉଜ୍ବଳା ଦିଦି ସଂଘ ପକ୍ଷରୁ ଜ଼ିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ )
ଜଗତସିଂହପୁର
ତା =29/8/23
ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଉଜ୍ବଳା ଦିଦି ସଂଘ ଜଗତସିଂହପୁର ଜ଼ିଲ୍ଲା ସଂଗଠନ ପକ୍ଷରୁ ଉଜ୍ବଳା ଦିଦି ମାନଙ୍କୁ କାର୍ଯ୍ୟରେ ଯୋଗଦେବା ସମୟରେ ଯେଉଁ ସବୁ ପ୍ରତିଶୃତି ଦିଆଯାଇଥିଲା ତାହା କାର୍ଯ୍ୟକାରୀ କରିବା | ସମସ୍ତ ଉଜ୍ବଳା ଦିଦି ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇଦେବା | ଉଜ୍ବଳା ଦିଦି ମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇଦେବା ସହିତ ପରିଶ୍ରମିକ ପ୍ରଦାନ କରିବା ଆଦି ତିନି ଦଫା ଦାବିନେଇ ଓଡିଶା ଉଜ୍ବଳା ଦିଦି ସଂଘ ରାଜ୍ୟ ଉପଦେଷ୍ଟା ଜୋଛନାରାଣୀ ସିଂ | ଭାରତୀୟ ମଜୁଦୁର ସଂଘ ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁ | ଜ଼ିଲ୍ଲା ପ୍ରଭାରୀ ଅକ୍ଷୟ କୁମାର ଦାସ | ଜ଼ିଲ୍ଲା ସମ୍ପାଦିକା ଅଭିନାଶ ଦାସ | ଉଜ୍ବଳା ଦିଦି ସଂଘ ସଂଯୋଜିକା ରୀନା ଦାସ ଲୋପାମୁଦ୍ରା ମହାପାତ୍ର ପ୍ରମୁଖ ଶତାଧିକ ମହିଳା ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମୁଖ ରେ ବିକ୍ଷୋଭ ପଦର୍ଶନ କରି ଜ଼ିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




