୫ ଟି ସଚିବଙ୍କ ବିଂଝାରପୁର ଗସ୍ତ
ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ୪୦୬ କୋଟି ଟଙ୍କା ମଞ୍ଜୁର କରିବା ସହ ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ପ୍ରଦାନ ଦେଇ ସେ ଗୁଡ଼ିକର ତ୍ବରିତ ସମାଧାନ ପାଇଁ ଅଭିଯୋଗ ଶୁଣାଣୀ କରିଥିଲେ। ଅପରାହ୍ନ ପ୍ରାୟ ଅଢେ଼ଇଟା ସମୟରେ ୫ଟି ସଚିବ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପଡ଼ିଆରେ ନିମିତ୍ତ ହେଲିପ୍ୟାଡରେ ଅବତରଣ କରି ସିଧା ବରୁଣେଶ୍ଵର ମନ୍ଦିର ଯାଇଥିଲେ । ସେଠାରେ ବାବା ବରୁଣେଶ୍ଵର ଙ୍କ ଦର୍ଶନ କରିବା ସହିତ ମନ୍ଦିରର ଐତିହ ଓ କଥାବସ୍ତୁ ସମ୍ପର୍କରେ ସେବାୟତ ମାନଙ୍କ ଠାରୁ ବୁଝିଥିଲେ। ମହିଳାମାନେ ଫୁଲ ଚନ୍ଦନ ଓ ହୁଳହୁଳି ଦେଇ ୫ଟି ସଚିବଙ୍କୁ ସ୍ବାଗତ କରିବା ସହ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ।ଏହି ସଭାରେ ୪୫ ହଜାରରୁ ଅଧିକ ଜନସମାଗମ ଦେଖି ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଅଭିନନ୍ଦନ ଜଣାଇଥିଲେ। ବିଭିନ୍ନ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀ ଟଙ୍କା ମଞ୍ଜୁର କରିଥିବା ସେ ଘୋଷଣା କରିଥିଲେ ।ଏହା ସହ
ବ୍ଳକର ସମସ୍ତ କଲେଜ ଗୁଡ଼ିକୁ ୫ଟିରେ ସାମିଲ କରିଥିଲେ । ଖୁବଶିଘ୍ର କଲେଜଗୁଡିକର ନବୀକରଣ ପାଇଁ ଅର୍ଥ ମଞ୍ଜୁର ହେବ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ।୨୫୦ରୁ ଅଧିକ ଦରଖାସ୍ତ ନିଜେ ବୁଲି ବୁଲି ସଂଗ୍ରହ କରିବା ସହ ଆସନ୍ତା ସାତଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହିସବୁ ସମସ୍ୟାର ସମାଧାନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସେକ ଏରସାଦ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଯଥା ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ଖଗେଶ୍ବର ମହାନ୍ତି, ଅହଲ୍ୟା ସ୍ବାଇଁ, ସୁନୀତା ନାୟକ, ନିନାରାଣୀ ସାମଲ,ମାମିନା ମଲ୍ଲିକ, ସମାଜସେବୀ ପରୋପକାରୀ ରବିନ୍ଦ୍ର କୁମାର ପରିଡ଼ା,ଲେନିନ ଦାସ, ଦିଲ୍ଲୀପ ରାଉଳ, ଜିତେନ୍ଦ୍ର ପ୍ରଧାନ, ହେମେନ୍ଦ୍ର ସାମଲ,ମିଶନ ଶକ୍ତିର ଭାରତୀ କାଣ୍ଡି, ନନ୍ଦକିଶୋର ମଲ୍ଲିକ, ପାର୍ବତୀ ମଲ୍ଲିକ, ରଶ୍ମିରଞ୍ଜନ ନାୟକ,ସେଖ ମହମ୍ମଦ ସବିର ରାଜା,ପ୍ରଭାସ ଚନ୍ଦ୍ର ଦାଶ,କାଞନ ମଲ୍ଲିକ, ପ୍ରତିଭା ମଲ୍ଲକ, ଗୀତାଞ୍ଜଳି ନାୟକ,ନାରଣ ମହାନ୍ତି ପ୍ରମୁଖ ଯୋଗଦେଇ ୫ଟି ସଚିବଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।




