ଜନ୍ମରୁ ଭିନ୍ନକ୍ଷମ ଠିକସେ ଚାଲି ପାରୁ ନାହାନ୍ତି ହେଲେ ଏଯାଏ ମିଳିନି ଆବାସ ଘର ଓ ବ୍ୟାଟେରୀ ଗାଡ଼ି।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ବାଘିଆବେଡା ଗ୍ରାମରେ ରହନ୍ତି ଭିନ୍ନକ୍ଷମ ଆଦିବାସୀ ରବି ମୁଣ୍ଡା । ଗୋଡ଼ ଖରାପରୁ ବାଡି ଧରି କଷ୍ଟେମଷ୍ଟେ ଛୋଟେଇ ଚାଲନ୍ତି। ଘର କହିଲେ ଗୋଟେ ଭଙ୍ଗା ଘର ଅଛି କେତେ ବେଳେ ଭାଙ୍ଗି ଯିବ ବର୍ଷା ପାଣି ଖାଇ ଖାଇ। ତଳରୁ ଉପର କେତେ ଗୁହାରି କଲେ ବି ଏଯାଏ ସେ ଆବାସ ଘର ପାଇବାକୁ ଯୋଗ୍ୟ ହୋଇ ପାରି ନାହାନ୍ତି। ପାଖରେ ଲାଞ୍ଚ ଦେବାକୁ ଟଙ୍କା ମଧ୍ୟ ନାହିଁ। ଯେତେ ବେଳେ ଶୁଣିଲେ କି ସେ କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ସହାୟତାରେ ବ୍ୟାଟେରୀ ଗାଡ଼ି ଭିନ୍ନକ୍ଷମଙ୍କୁ ଦିଆ ଯାଉଛି ଖୁସି ହୋଇ ଯାଇ ଥିଲେ। ହେଲେ ସେ ଗାଡ଼ି କିପରି ପାଇବେ କେହି ତାଙ୍କୁ ବତାଉ ନାହାନ୍ତି ତେଣୁ ସେ ହତାଶ। ସରକାରଙ୍କ ୫୦୦ ଟଙ୍କା ଭତ୍ତା ପାଉଛନ୍ତି ବୋଲି ସ୍ବୀକାର କରିଛନ୍ତି। ତେବେ ଭିନ୍ନକ୍ଷମ ତାଲିକାରେ ନାମ ଥିଲା ବେଳେ ସ୍ଥାନୀୟ ପ୍ରଶାସନ ତାଙ୍କୁ ଆବାସ ଘର ଓ ବ୍ୟାଟେରୀ ଗାଡ଼ି ନଦେବା ଠିକ୍ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେଣୁ ରବିଙ୍କୁ ପ୍ରଶାସନ ଏସବୁ ଯୋଗାଇ ଦେବେ ବୋଲି ଆଶା ଅଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




