( ବିଶ୍ୱ ଓଡ଼ିଆ ମହାସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ)
ଜଗତସିଂହପୁର
ତା =2/9/23
ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଲାଭେଣ୍ଡର ହୋଟେଲର ସମ୍ମିଳନୀ କକ୍ଷରେ ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ମହାସଂଘର ସଭାପତି ଡକ୍ଟର ସୁରେନ୍ଦ୍ର ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ମହାସଂଘର ବରିଷ୍ଠ ଉପଦେଷ୍ଟା ଦେବେନ୍ଦ୍ର କୁମାର ମଲ୍ଲିକ | ପବିତ୍ର ପଟ୍ଟନାୟକ | କୋଷାଧକ୍ଷ ମାନସ ପଟ୍ଟନାୟକ | ସାଧାରଣ ସମ୍ପାଦକ ରାମକୃଷ୍ଣ ପାଢ଼ୀ | ମୁଖ୍ୟ ସଂଯୋଜକ ସୁସ୍ମିତା ମହାନ୍ତି | ସମ୍ପାଦକ ଦେବେନ୍ଦ୍ର ରାଉତ | ଶୁଭଶ୍ରୀ ସୁବୁଦ୍ଧି | ସୁଜିତ ବିଶ୍ୱାଳ | ସୌମ୍ୟସରିତ ରାଟାସିଂହ | ରୁଦ୍ର ନାରାୟଣ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ଆଗାମୀ ଅକ୍ଟୋବର ମାସରେ ଭୁବନେଶ୍ୱରରେ ବିଶ୍ୱ ଓଡ଼ିଆ ମହାସଂଘ ତରଫରୁ ରାଜ୍ୟସ୍ଥରୀୟ ସମ୍ମିଳନୀ ହେବା ସହିତ ଏକ ସ୍ମରଣିକା ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ହେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି | ସଙ୍ଘ ମାଧ୍ୟମରେ ଅନେକ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଚୟନ କରାଯାଇ ସେମାନଙ୍କୁ ଉତ୍ତମ ପାଠ ପଢିବାକୁ ସହଯୋଗ କରାଯିବା ସହିତ ଦୂରାରୋଗ ଯଥା କର୍କଟ,କିଡ୍ନୀ,ବୃଦ୍ଧ ଅସହାୟଙ୍କୁ ସହାୟତା ଆଦି ବିଷୟରେ ଆଲୋଚନା କରାଯାଇଥିଲା ଏବଂ ସଙ୍ଘର ସମସ୍ତ କାଯ୍ୟକ୍ରମ ଓଡିଶା ବାହାରେ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଏହି ସଙ୍ଘ | ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ କରିବା ନିମନ୍ତେ ସର୍ବ ସଂମ୍ମତି
ନିଷ୍ପତି ନିଆଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




