ପାରିନୂଆପଡା ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟରେ
ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଗୁରୁଦିବସ ପାଳନ
ବିଷୟ ____ ଆଜି ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୂଆପଡା ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟରେ ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଗୁରୁଦିବସ ପାଳନ ହୋଇଯାଇଛି। ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷକ ମାନଙ୍କୁ ଚନ୍ଦନ, ସିନ୍ଦୂର ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।ଏହାପରେ ଗୋପାଳ ଚନ୍ଦ୍ର ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ସ୍କୁଲର ପ୍ରଧାନ ଶିକ୍ଷକ କରୁଣାକର ସାମଲ। ମୁଖ୍ୟ ବକ୍ତା ଭାବେ ପରମେଶ୍ବର ବିଶ୍ଵାଳ, ସଂପାଦକ, ରାହାସବିହାରୀ ପରିଡ଼ା, ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନ ବରଜ ପ୍ରମୁଖ ଯୋଗଦେଇ ଥିଲେ। ଧନ୍ୟବାଦ୍ ଅର୍ପଣ କରିଥିଲେ ରାହାସବିହାରୀ ପରିଡ଼ା। ଏହି ଉତ୍ସବରେ ୧୫ ଜଣ ଶିକ୍ଷକଙ୍କୁ ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଗୁରୁଦିବସରେ ମାନପତ୍ର ଉପଢୌକନ ବ୍ୟାଗ,ଖାତା ଓ ଡଟପେନ ଓ ଫୁଲତୋଡ଼ା ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା ପ୍ରଥମେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।




