ଶ୍ରୀ ଶ୍ରୀ କୁଞ୍ଜକାନ୍ତ ଜୀଉଙ୍କ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳିତ
ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଶ୍ରୀ ଶ୍ରୀ କୁଞ୍ଜକାନ୍ତ ଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ଓ ସୁନା ଅଳଙ୍କାର ଲାଗି କରାଯାଇଥିଲା ଠାକୁରଙ୍କୁ। ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟା ରେ ଆଳତି ରାତ୍ରରେ ଠାକୁରଙ୍କ ର ଜନ୍ମ ପୂଜା ଓ ଜନ୍ମ ବହି ପଠନ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଭୋଗ ଲାଗି କରାଯିବ। ଭକ୍ତମାନେ ଦୀପ, ଧୂପ ଓ ବିଭିନ୍ନ ପ୍ରକାରର ଭୋଗ ନେଇ ଭିଡ଼ ଜମିଥିବା ଦେଖିବାକୁ ମିଳିଛି




