ସ୍ବର୍ଗତ ବିଭିଷଣ ପାଣ୍ଡେ ଙ୍କ ପରିବାର କୁ ସାହାଯ୍ୟ ର ହାତ ବଢ଼ାଇଲେ ଓଡ଼ିଶା ମୋଟର ଚାଲକ ସଂଘ
ବରଗଡ଼ ଜିଲ୍ଲା, ଭୁକ୍ତା ଶାଖା
ଅମ୍ବାଭୋନା ୬/୯/୨୩ ବରଗଡ ଜିଲ୍ଲାର ଓଡିଶା ମୋଟର ଚାଳକ ସଙ୍ଘ ବରଗଡ ଜିଲ୍ଲା, ଭୁକ୍ତା ଶାଖାର ସଦସ୍ୟ ସ୍ବର୍ଗତ ବିଭୀଷଣ ପାଣ୍ଡେଙ୍କର ଏକାଦଶାହ ଶ୍ରାଦ୍ଧ ଦିବସରେ ବରଗଡ ଜିଲ୍ଲା କମିଟି ତରଫରୁ ସାହାଯ୍ୟ ପ୍ରଦାନ l ପ୍ରକାଶଥାଉ କି ସ୍ବର୍ଗତ ବିଭୀଷଣ ପାଣ୍ଡେ ଅମ୍ବାଭୋନା ତହସିଲଦାରଙ୍କର ଡ୍ରାଇଭର ରୂପେ କାର୍ଯ୍ୟ କରୁଥିଲେ l ତାଙ୍କର ଦେହ ଅସୁସ୍ଥ ଥିବାରୁ ତାଙ୍କୁ ତାଙ୍କର ପରିବାର ଲୋକେ ବୁର୍ଲା ଡାକ୍ତରଖାନା ରେ ଚିକିତ୍ସା କରାଉଥିଲେ l ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ସ୍ବର୍ଗତ ପାଣ୍ଡେ ଓଡିଶା ମୋଟର ଚାଳକ ସଂଘ ବରଗଡ ଜିଲ୍ଲା ଭୁକ୍ତା ଶାଖାର ଜଣେ ସକ୍ରିୟ ସଦସ୍ୟ ଥିବାରୁ ତାଙ୍କର ଶ୍ରାଦ୍ଧ ଦିବସରେ ବରଗଡ ଜିଲ୍ଲା କମିଟିର ସଭାପତିଙ୍କର ଅନୁମୋଦିତ କ୍ରମେ ଜିଲ୍ଲା ସମ୍ପାଦକ କରନ ସାହୁ, ଭୁକ୍ତା ଶାଖା ସଭାପତି ବିଦ୍ୟାଧର ସା, ସମ୍ପାଦକ ତୀର୍ଥ କୁମାର ସା, କୋଷାଧକ୍ଷ କୀର୍ତି ବୈଗା ଓ ବରଗଡ ଶାଖାର ସଦସ୍ୟ ଭାଇ ମାନଙ୍କ ଉପସ୍ଥିତିରେ ସ୍ବର୍ଗତ ବିଭୀଷଣ ପାଣ୍ଡେଙ୍କ ପୁତ୍ରକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ କିଛି ମୁହୂର୍ତ୍ତ ତାଙ୍କର ପରିବାର ଲୋକଙ୍କ ସହ ବାର୍ତାଳାପ କରି ସମବେଦନା ଜଣାଇ ତାଙ୍କର ଭଲମନ୍ଦ ବୁଝିଥିଲେ l ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




