ହରିଡାଯୋଡି ରେ ସାପ କାମୁଡାରେ ନାବାଳିକା ମୃତ
ସବୁ ଦିନ ପରି ଜୟନ୍ତି ମୁଣ୍ଡା ଖାଇପିଇ ବାପା ରୟାମୁଣ୍ଡା ଓ ମାଙ୍କ ସହ ଘରେ ଶୋଇଥିବା ବେଳେ ଆଜି ସକାଳୁ ନ ଉଠିବା ଦେଖି ତାଙ୍କୁ ତାଙ୍କ ବାପା ଉଠାଇଥିଲେ . ତାପରେ ମଧ୍ଯ ନ ଉଠିବାରୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ଝୁମ୍ପୁରା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଆସିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଝୁମ୍ପୁରା ପୋଲିସ ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚି ଜୟନ୍ତି ର ଶବ କୁ ଜବଦ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଶୁଚନା ମିଳିଛି ।
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




