ଡକାୟତି ଉଦ୍ୟମକୁ ପଣ୍ଡକଲା ବଡବିଲ ପୋଲିସ୍ ଚାରି ଅଭିଯୁକ୍ତ ଗିରଫ ଜଣେ ଫେରାର।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକେ ଆସି ବସବାସ କରି ଭିନ୍ନ ଭିନ୍ନ କାମଧନ୍ଦା କରି ଚଳିଥାନ୍ତି। ଏବଂ ଏହି ଜିଲ୍ଲାର ଖଣିଜ ପଦାର୍ଥ ପରିବହନକୁ ପେଶା ଭାବରେ ଗ୍ରହଣ କରିନେଇ ଅନେକ ଲୋକ ଗାଡି ବ୍ୟବସାୟ କୁ ଆଦରି ନେଇଛନ୍ତି। ଏବଂ କିଛି ଅସାମାଜିକ ବ୍ୟକ୍ତିମାନେ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡିଗୁଡିକୁ ରାତ୍ରି କାଳରେ ଚଳାଚଳ କରୁଥିବା ସମୟରେ ଟାର୍ଗେଟ କରି ଲୁଟ୍ କରୁଥିବା ପୂର୍ବରୁ ନଜିର ରହିଛି , ସେହିଭଳି ଏକ ଡକାୟତି ବା ଲୁଟ୍ ଉଦ୍ୟମକୁ ପଣ୍ଡ କରିଛି ବଡବିଲ ପୋଲିସ୍। ସୁଚନା ଅନୁଯାୟୀ ଗତ କାଲି ରାତ୍ରୀରେ କିଛି ଯୁବକ ବଡବିଲ ପୌରାଞ୍ଚଳ ଦାମୁ ହାଟିଂ ନିକଟରେ ଲୁଟ୍ କରିବାକୁ ଯୋଜନା କରୁଥିବା ବଡବିଲ ପୋଲିସ୍ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ସଦଳବଳେ ଅତର୍କିତ ଚଢ଼ାଉ କରି ଚାରି ଜଣକୁ ମଦିବସିଥିବା ବେଳେ ଜଣେ କୌଶଳ କ୍ରମେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ୍ ସେମାନଙ୍କ ଠାରୁ ଛଅଟି ମୋବାଇଲ ଦୁଇଟି କଟୁରୀ ଗୋଟିଏ ଦେଶି ପିଷ୍ଟଲ ଓ ଗୋଟିଏ ଛୁରି ଏବଂ ଗୋଟିଏ ଅ ବ୍ୟବହୃତ ଲଙ୍କା ଗୁଣ୍ଡ ପ୍ୟାକେଟ ଓ ସେମାନଙ୍କ ଦ୍ଵାରା ବ୍ୟବହୃତ କାର୍ ଯାହାର ନମ୍ବର JH05CZ-0020କୁ ଜବତ କରିଛି ବଡବିଲ ପୋଲିସ୍। ସେମାନେ ହେଲେ ରାକେଶ ଚୌଧୁରୀ 32, ସନ୍ଦିପ ସିଂ 38, ବିଲଟୁ କୁମାର ସିଂ 38 ଓ ରବି କୁମାର ରାମ 42। ତିନିଜଣ ପଡୋଶୀ ଝାଡଖଣ୍ଡ ରାଜ୍ୟର ହୋଇଥିବା ବେଳେ ଜଣେ ବଡବିଲ ଅଞ୍ଚଳର ଥିବା ନେଇ ପୋଲିସ ପକ୍ଷରୁ ସୁଚନା।ସେମାନଙ୍କ ବିଷୟରେ ଅଧିକ ତଦନ୍ତ ଜାରି ରଖିଛି ବଡବିଲ ପୋଲିସ୍ ଓ ସେମାନଙ୍କ ଡାକ୍ତରୀ ପରୀକ୍ଷା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ବଡବିଲ ଥାନାଧିକାରୀ ରମାକାନ୍ତ ମୁଦୁଲି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)
