ଚାଲାଣ ବେଳେ ୩ ଗୋରୁକୁ ଉଦ୍ଧାର କଲେ ସ୍ଥାନୀୟ ଲୋକ
ଗୋ ଚାଲାଣ ବେଳେ ସ୍କୋର୍ପିଓ ଭିତରୁ 3 ଗୋରୁ ଉଦ୍ଧାର, ଉତ୍ୟକ୍ତ ଲୋକେ ଗାଡ଼ିରେ ନିଆଁ ଲଗାଇଲେ। କେନ୍ଦୁଝର ଜିଲ୍ଲା ପାଟଣା ଦେଇ ଯାଇଥିବା 220 ନମ୍ବର ଜାତୀୟ ରାଜପଥ ର ଧାନବେଣୀ ନିକଟରୁ ଏକ ଗୋରୁ ବୋଝେଇ ସ୍କୋର୍ପିଓ ଗାଡିକୁ ସ୍ଥାନୀୟ ଲୋକେ ଜବତ କରି ପୋଲିସ ର ଜିମା ଦେଇଥିଲେ l ସୂଚନା ଅନୁଯାୟୀ,
OR -02 AH 0576ଏକ ସ୍କୋର୍ପିଓ ରେ ଗୋରୁ ଗୁଡିକୁ ଅତି ଦୟନୀୟ ଅବସ୍ଥାରେ ବାନ୍ଧି ନେଉଥିବା ସମୟରେ ସ୍ଥାନୀୟ ଲୋକେ ଗାଡିର ପିଛା କରିଥିଲେ । ଏହି ସମୟରେ ଗାଡିର ଆଗ ଚକ ପମ୍ପଚର୍ ହୋଇଯିବାରୁ ଗୋ ଚାଲାଣ କାରୀ ଗାଡି ଛାଡି ଫେରାର ହୋଇଯାଇଥିଲେ ।ପରେ ପୋଲିସ ଘଟଣା ସ୍ଥଳ ରେ ପହଁଚି ଗାଡି କୁ ଜବତ କରି ତଦନ୍ତ କରୁଛି l ଏହି ସମୟରେ ଉତ୍ୟକ୍ତ ଲୋକେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ, ଯାହାକୁ ପୋଲିସ୍ ଲିଭାଇଦେଇଥିବା ସୂଚନା ମିଳିଛି ।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




