ନୂଆଦିଲ୍ଲୀ,୮।୯: ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି। ସୂଚନାନୁସାରେ, ଯେଉଁମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସାମ୍ନାସାମ୍ନି ଆଲୋଚନା କରିବେ ସେମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଅଛନ୍ତି।
ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀ ନୂଆଦିଲ୍ଲୀରେ ଶନିବାର ଠାରୁ ଆରମ୍ଭ ହେବ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଅନେକ ଆଲୋଚନା ହେବ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆମେରାକାରୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ସେ ଆଜି ସାରେ ନୂଆଦିଲ୍ଲୀରେ ପହଞ୍ଚିବେ। ଏହି ସମ୍ମିଳନୀରେ ପ୍ରମୁଖ ଅର୍ଥନୀତିର ଏକ ସମୂହ ଜି-୨୦ର ନେତାମାନେ ଅଂଶଗ୍ରହଣ କରିବେ ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ଦାରିଦ୍ର୍ୟ ଭଳି ବିଶ୍ୱର କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା କରିବେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


