ଜାତୀୟ କବି ବାଞ୍ଛାନିଧି ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ
ବିଷୟ ___ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଇଶୀରିଆ ଠାରେ ଥିବା ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଜାତୀୟ କବି ବାଞ୍ଛାନିଧି ଦାସଙ୍କ ଜନ୍ମ ଶତବାର୍ଷିକୀ କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ କବି ବାଞ୍ଛାନିଧି ଦାସଙ୍କ ରଚିତ କବିତା ପାଠ ଓ ଆଲୋଚନା ଚକ୍ର ମହାସମାରୋହରେ ବରୀ ପୂଜ୍ୟପୂଜା ପରିଷଦର ଆବାହକ ସତ୍ୟରଞ୍ଜନ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟିକା ଭାବେ ବରୀ ତହସିଲଦାର ତିଳୋତ୍ତମା ପୃଷ୍ଟି ଯୋଗଦେଇ ଦେଶ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ପୂଜାରୀ ଥିଲେ ଜାତୀୟ କବି ବାଞ୍ଛାନିଧି ଦାସ। ତାଙ୍କର ପ୍ରତିଟି କବିତାରେ ଥିଲା ଜାତୀୟ ପ୍ରେମି ମଣିଷ ନିମନ୍ତେ ପ୍ରେରଣାର ଉତ୍ସ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟର ପୃର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କବି ସୁବାସ ଚନ୍ଦ୍ର ବିଶ୍ଵାଳ।ସେ କହିଲେ ଯେ ପ୍ରଶାସନ ପକ୍ଷରୁ ସାରା ଯାଜପୁର ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ହେବା ଦରକାର ବୋଲି ମତପୋଷଣ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜର ସାରଗର୍ଭକ ବକ୍ତବ୍ୟ ମାଧ୍ୟମରେ କବିଙ୍କ ଜୀବନୀ କୁ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ସୂଚନା ଲୋକସମ୍ପର୍କ ଅଧିକାରି ଶକ୍ତିରଞନ ରାଉତ ଓ ଗବେଷକ ପୂର୍ଣ୍ଣଚନ୍ଦ୍ର ଜେନା ଯୋଗ ଦେଇ କବିଙ୍କର ସ୍ବାଧିନତା ସଂଗ୍ରାମର କାର୍ଯ୍ୟଧାରାକୁ ମୂଲ୍ୟାୟନ କରିଥିଲେ। ସ୍ଥାନୀୟ ସମିତି ସଭ୍ୟା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଶାନ୍ତ ସାହୁ ସ୍ବାଗତ ଅଭିଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ସରୋଜ ଦାସ, କବୟିତ୍ରୀ ସବିତା ନାୟକ, ଅନନ୍ତ ଚରଣ ଭୂଇଁଆ, ପ୍ରଫୁଲ୍ଲ ତ୍ରିପାଠୀ ପ୍ରମୁଖ ଯୋଗଦେଇ କବିତା ପାଠ କରିଥିଲେ। କବିଙ୍କ ପ୍ରତିମୂର୍ତ୍ତି ପଞାୟତରେ ସ୍ଥାପନ ହେବାସହ MDR 14ଠାରୁ ସାରଙ୍ଗପୁର ପର୍ଯ୍ୟନ୍ତ ରାସ୍ତାକୁ କବିଙ୍କ ନାମରେ କରିବାକୁ ପ୍ରଶାସନ ପାଖରେ ଦାବି କରିଛନ୍ତି ଗ୍ରାମବାସୀ ମାନେ । ଧନ୍ୟବାଦ୍ ଅର୍ପଣ କରିଥିଲେ ବାବୁଲି ବିଶ୍ଵାଳ।ବରୀ ପୂଜ୍ୟପୂଜା ପରିଷଦ ପକ୍ଷରୁ ଅତିଥି ମାନଙ୍କୁ ଉପଢୌକନ ଓ ଗଛଚାରା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।
ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ, ଯାଜପୁର




