ଶନିବାର (9 ସେପ୍ଟେମ୍ବର) ଏବଂ ଆଜି ରବିବାର (10 ସେପ୍ଟେମ୍ବର) ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ଜି-20 ଶିଖର ସମ୍ମିଳନୀ । ଯେଉଁଥିରେ 29ଟି ଦେଶର ନେତାଙ୍କ ସମାବେଶ ହୋଇଛି ।
ସେହିପରି ପ୍ରାୟ 100 ମିଲିୟନ୍ ଡଲାର ଅର୍ଥାତ୍ 4100 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଖର୍ଚ୍ଚକୁ 12 ଭାଗରେ ବିଭକ୍ତ କରାଯାଇଛି ।
ଯେଉଁଥିରେ ସୁରକ୍ଷା ବ୍ୟବସ୍ଥା, ରାସ୍ତା ସଫା କରିବା, ଫୁଟପାଥ୍ ରକ୍ଷଣାବେକ୍ଷଣ, ରାସ୍ତାଘାଟ ଚିହ୍ନ ଏବଂ ଆଲୋକ ବ୍ୟବସ୍ଥା ଅନ୍ତର୍ଭୁକ୍ତ ।
ଆଜି ଜି-20 ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 3ଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ଜି -20 ର ଆକ୍ସନ୍ ପ୍ଲାନ୍ ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs) କୁ ତ୍ୱରାନ୍ୱିତ କରିବ, ଯାହା ଭବିଷ୍ୟତ ଦିଗ ନିର୍ଣ୍ଣୟ କରିବ । ଏହି 2 ଦିନିଆ ବୈଠକ, 3 ଟି ବିଷୟ ଉପରେ ଆଲୋଚନା ହେବ । ଏହି ଥିମ୍ ହେଉଛି – ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ । ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଗୋଟିଏ ଭବିଷ୍ୟତ ଅଧୀନରେ, ସମସ୍ତ ନେତା ଟେକ୍ନୋଲୋଜି ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା କରିବେ । ବିଶେଷଜ୍ଞମାନେ କହିଛନ୍ତି ଯେ ଜି -20 ବୈଠକରେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ମଧ୍ୟ ଆସିପାରେ । ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଗତ ଦେଢ ବର୍ଷ ଧରି ଚାଲିଛି ।




