ନକଟିକାନି ଗ୍ରାମପଞ୍ଚାୟତକୁ ମରୁଡି ଘୋଷଣା ଦାବିରେ ସରପଞ୍ଚଙ୍କ ଦାବି ।
ଗୋଳାମୁଣ୍ଡା
ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନୀ ଗ୍ରାମପଞ୍ଚାୟତରେ ବର୍ଷାର ଅନିୟମିତତା ଯୋଗୁଁ ସମ୍ପୂର୍ଣ୍ଣ ମରୁଡି ଦେଖାଦେଇଛି । ଏହି ପଞ୍ଚାୟତ ରେ ନିଅଣ୍ଟ ବର୍ଷାରେ ରୁଆ ବେଉଷଣ କାର୍ଯ୍ୟ ହୋଇ ନ ଥିବା ବେଳେ ଜମି ଗୁଡିକ ଫାଟି ଆଁ କଲାଣି । ଅନେକ ଲୋକଙ୍କ ଚାଷ ଜମି ପଡ଼ିଆ ପଡିଥିବା ଦେଖିବାକୁ ମିଳୁଛି । ଏ ନେଇ ନକଟିକାନି ଗ୍ରାମ ପଞ୍ଚାୟତ ଚାଷୀ ମରୁଡି ଘୋଷଣା ଦାବୀ ନେଇ ଗତ ତା ୮/୯/ ରେଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ଓ କୃଷି ବିଭାଗ ଘେରାଓ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏ ନେଇ ନକଟିକାନି ଗ୍ରାମପଞ୍ଚାୟତ ସରପଞ୍ଚ ସାବିତ୍ରୀ ମାଝୀଙ୍କୁ ମରୁଡି ସମସ୍ୟା ଉପରେ ମତାମତ ଲୋଡ଼ାଯାଇଥିଲା । ସେ କହିବାନୁଯାୟୀ ନକଟିକାନି ଗ୍ରାମ ପଞ୍ଚାୟତ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ଦେଖା ଦେଇଥିବା କଥା ପ୍ରକାଶ କରିଛନ୍ତି । ପୁଣି ସରପଞ୍ଚ ନକଟିକାନି ଗ୍ରାମ ପଞ୍ଚାୟତକୁ ମରୁଡି ଘୋଷଣା କରାଯାଉ ବୋଲି ଗଣମାଧ୍ୟମ ସମ୍ମୁଖରେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ନିୟୁଜ ଜାଗ୍ରତ ଭାରତ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)
