ବିଦ୍ୟାଳୟ ନିରାପତ୍ତା ସପ୍ତାହ
ଢେଙ୍କାନାଳ (୧୬/୯):ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସେପ୍ଟେମ୍ବର ୧୧ ରୁ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ ହୋଇଯାଇଛି । ଏହି ସପ୍ତାହ ର ଅନ୍ତିମ ଦିବସରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଗହଣରେ କାର୍ଯ୍ୟକ୍ରମ ଟି ସୂଚାରୁରୂପେ ସମ୍ପାଦିତ ହୋଇଥିଲା। ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତି ଦେହୁରୀ ବିଦ୍ୟାଳୟର ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏତଦବ୍ୟତୀତ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ନିରାପତ୍ତା ସପ୍ତାହ ସମ୍ପର୍କରେ ଭାଷଣ ପ୍ରଦାନ କରିବା ସହ ସପଥ ପାଠ କରିଥିଲେ। ଶେଷରେ ବିଦ୍ୟାଳୟ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
