ବିଶ୍ବ ଓଜୋନ ସ୍ତର ଦିବସ
ଢେଙ୍କାନାଳ (୧୬/୦୯):ଆଜି ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ବ ଓଜୋନ୍ ସ୍ତର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତି ପ୍ରଦିପ କୁମାର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତି ଦେହୁରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ପରିବେଷଣ କୁ ଓଜୋନ୍ ସ୍ତର ଉପକାରିତା ଓ ପ୍ରଭାବ ବିଷୟରେ ନିଜର ଅଭିଭାଷଣ ରଖୁଥିଲେ । ଛାତ୍ରଛାତ୍ରୀମାନେ ଏହି ଅବସରରେ ନିଜର ସଂକ୍ଷିପ୍ତ ଅଭିଭାଷଣ ରଖୁଥିଲେ। ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଶେଷରେ ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟିତ୍ରୀ କନ୍ୟାକୁମାରୀ ଭୁତିଆ ଧନ୍ୟବାଦ ପ୍ରଦାନ କରିବାସହ ସଭା ସାଙ୍ଗ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


