( ଧୋକାବାଜ ପୁତୁରା ଚକ୍ରାନ୍ତ ରେ ବୃଦ୍ଧ ବାରଦୁଆର | ସ୍ତ୍ରୀ, ପୁଅ କଲେ ହତାଦର )
ଜଗତସିଂହପୁର
ତା =21/9/23
କଳିର କାଲିମା ରେ ମାନବ ସମାଜ ପଥଭଷ୍ଟ ହୋଇ ସ୍ୱାର୍ଥ କୁ ଆପଣାଇ ନେଇଛି | ସ୍ୱାର୍ଥ ପାଇଁ ପୁତୁରା ଚକ୍ରାନ୍ତ କରି ବୃଦ୍ଧ ଦାଦିର ଘରବାଡ଼ି ସମ୍ପତ୍ତି ହାତେଇବା ପରେ ବିଶ୍ୱାସ ଘାତକତା ସାଜି ଧୋକା ଦେଇଛି | ଏବେ ବୃଦ୍ଧ ଜଣଙ୍କ କର୍ମକୁ ଆଦରି ବାରଦୁଆର ଶୁଣ୍ଡି ପିଣ୍ଡା ହେଉଥିବା ବେଳେ ସ୍ତ୍ରୀ, ପୁଅ ବୃଦ୍ଧ କୁ ହତାଦର କରିଛନ୍ତି |ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ବାଘସାହି ଗ୍ରାମରେ | ସେହି ଗ୍ରାମର ଅଶି ବର୍ଷୀୟ ବୃଦ୍ଧା ରବୀନ୍ଦ୍ର ମୋହନ ଦାସ ବାଘସାହି ଗ୍ରାମରେ ଏକା ରହୁଥିଲେ | ସ୍ତ୍ରୀ ଭୁବନେଶ୍ୱର ହାଉସିଂ ବୋଡ଼ ରେ ଚାକିରୀ କରିଥିବାରୁ ପୁଅ ବୁଲୁ ମଧ୍ୟ୍ୟ ଭୁବନେଶ୍ୱର ରେ ମା ଙ୍କ ପାଖରେ ରହୁଥିଲା | ବୃଦ୍ଧ ରବୀନ୍ଦ୍ର ଘରେ ଏକା ରହୁଥିବାରୁ ସୁଯୋଗ ନେଇ ପଡିଶା ଘର ପୁତୁରା ପ୍ରକାଶ ଚକାନ୍ତ କରି ବୃଦ୍ଧ ର 14ଡ଼ିସିମିଲି ଘର ବାରି ପ୍ଲଟ ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ୍ୟ ଟଙ୍କା ହେବ ତାହାକୁ ମାତ୍ର ୨ ଲକ୍ଷ୍ୟ ଟଙ୍କା ଦେଇ ଅବଶିଷ୍ଟ ଟଙ୍କା ପରେ ଦେବ କହି ନିଜ ନାମରେ ରେଜେଷ୍ଟି କରିନେଇଛି | ଇତି ମଧ୍ୟ୍ୟ ରେ ୩ ବର୍ଷ ଅତିକ୍ରମ ହୋଇଯାଇଛି | ବୃଦ୍ଧ କୁ ଅବଶିଷ୍ଟ ପାଞ୍ଚ ଲକ୍ଷ୍ୟ ଟଙ୍କା ନ ଦେଇ ପୁତୁରା ଧମକ ଚମକ କରୁଥିବା ଅଭିଯୋଗ ହୋଇଛି | ଅପର ପକ୍ଷରେ ବୃଦ୍ଧ ରବୀନ୍ଦ୍ର ପୁଅ, ସ୍ତ୍ରୀ କୁ ନ ପଚାରି ପୁତୁରା ନାମରେ ଡ଼ିଅ ବାଡ଼ି ରେଜେଷ୍ଟି କରିଦେବାରୁ ସ୍ତ୍ରୀ ପୁଅ ରବୀନ୍ଦ୍ର ଙ୍କୁ ହତାଦର କରି ଆଉ ପାଖରେ ପୁରାଉନାହାନ୍ତି |ବୃଦ୍ଧ ରବୀନ୍ଦ୍ର ଏବେ ପୁତୁରା ଠାରୁ ଅବଶିଷ୍ଟ ଟଙ୍କା ପାଇବା ପାଇଁ କୋର୍ଟ ର ଆଶ୍ରୟ ନେଇଛନ୍ତି | ଘର ବାଡ଼ି ପ୍ଲଟ ପୁତୁରା ନାମରେ ରେଜେଷ୍ଟ୍ରି ହେବା ପରେ ପୁତୁରା ମଧ୍ୟ୍ୟ ବୃଦ୍ଧ କୁ ଘରୁ ବାହାର କରିଦେଇଛି | ବୃଦ୍ଧ ଏବେ ଆଶ୍ରୟ ନ ପାଇଁ ବାରଦ୍ଵାର ବୁଲୁଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




