ବାଇକ୍ ଚୋରୀ ଘଟଣାରେ ୫ ଅଭିଯୁକ୍ତ ଗିରଫ
ଅନୁଗୁଳ ସଦର ଥାନାରେ ଲଗାତାର ମଟର ସାଇକଲ ଚୋରୀ ଅପରାଧ ଘଟଣା ଘଟିବା ପରେ ପରେ ବଅଁରପାଳ ଥାନା ଅଞ୍ଚଳରେ ମଟର ସାଇକଲ ଚୋରୀ ଅପରାଧ ଘଟଣା ଘଟିଯିବାରୁ ଆରକ୍ଷୀ ଅଧ୍ୟକ୍ଷକ ନିର୍ଦେଶ କ୍ରମେ DSP ଶ୍ରୀ ଅକ୍ଷୟ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନ ରେ ବଅଁରପାଳ IIC ନିରୁପମା ଜେନାଙ୍କ ନେତୃତ୍ବରେ , ଏସ ଆଇ ଅମିତ ମିଶ୍ର , PSI ସମୀର ଶେଖର ଜୟ ସିଂହ , ଏ ଏସ ଆଇ ହରେଶ ଚନ୍ଦ୍ର ଦଲେଇ, ପାଣ୍ଡବ ବେହେରା , ରାମ ସିଂହ ମୁଣ୍ଡା , ଆଶିଷ ଦାସ ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ I ଉପରୋକ୍ତ ଅପରାଧୀକ ମାମଲା ରେ ଦୁଇ ନାବାଳକକୁ ଧରିବାକୁ ସକ୍ଷମ ହୋଇଥିଲା । ସେମାନଙ୍କୁ କ୍ରମାଗତ ଜେରା କରିବା ପରେ ସେମାନେ ନିଜର ଦୋଷ ସ୍ବୀକାର କରି ଏକ ପାଞ୍ଚ ଜଣିଆ ବଡ ଗୃପ ଧରିବାରେ ପୋଲିସ କୁ ସଫଳତା ମିଳିଥିଲା। ସେମାଙ୍କ ଠାରୁ ୬ ଗୋଟି ଚୋରୀ ମଟର ସାଇକଲ ଜବତ କରିଥିବା ନେଇ ପୋଲିସ ଆଜି ପ୍ରେସ ବିବୃତ୍ତି ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ନାଲକୋ ଥାନା ଅଞ୍ଚଳର ରକି ନାଏକ, ନିଶା ଥାନା ଅଞ୍ଚଳର ମେଘ ନାଏକ, ବଉଳିଗଡ଼ ପଞ୍ଚାୟତ ର ସୋମରଞ୍ଜନ ସାହୁ (ଡ଼ୋନା), ଅନ୍ୟ ଦୁଇଜଣ ନାବାଳକ ସଦର ଥାନା ଓ ବଅଁରପାଳ ଥାନା ଅଞ୍ଚଳରୁ ବୋଲି ସୂଚନା ମିଳିଛି। ଅଞ୍ଚଳର ଅନେକ୍ ଅପରାଧିକ ମାମଲା ରେ ଲିପ୍ତ ଥିବା ସନ୍ଦେହ ନେଇ ରିମାଣ୍ଡରେ ଅଣାଯିବା ନେଇ ସୂଚନା ମିଳିଛି।




