ବ୍ଲାକ୍ ଡାଇମଣ୍ଡ କ୍ଲବ୍ କୁମ୍ଭାରସାହି ଗଣେଶ ପୂଜା ଉପଲକ୍ଷେ ଅନ୍ନ ଶଂଖୁଡି ଭୋଗ
ଢେଙ୍କାନାଳ, ୨୨।୯: ଢେଙ୍କାନାଳ କୁମ୍ଭାରସାହିର ବ୍ଲାକ୍ ଡାଇମଣ୍ଡ କ୍ଲବ୍ ପକ୍ଷରୁ ଶ୍ରୀ ଗଣେଶଙ୍କ ପୂଜା ଉପଲକ୍ଷେ ଅନ୍ନ ଶଂଖୁଡି ଭୋଗ ଲାଗି କରାଯାଇଥିଲା । ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଭକ୍ତମାନେ ଗଣେଶଙ୍କ ପ୍ରସାଦକୁ ମହା ଆନନ୍ଦ ସହକାରେ ପାଇଥିଲେ । ମିଠା ଅନ୍ନ, ସାଧା ଅନ୍ନ, ଡ଼ାଲି, ଖଟା, ଘଟ, କ୍ଷୀରୀ ଓ ପାମ୍ପଡ ଆଦି ପ୍ରସାଦ ପ୍ରସ୍ତୁତ ହୋଇଥିଲା । ସଭାପତି ମହାଶକ୍ତି ରାଉଳ, ସଂପାଦକ ଅନନ୍ତ ନାୟକ, ରାଜେନ୍ଦ୍ର ବେହେରା, ଏମ୍ଡି ଅମନ୍, ମଳୟ ସାମଲ, ସିବୁଲ୍ ସାମଲ, ମହାବୀର ରାଉଳ, ଏସ୍କେ ଅମାନ୍, ବିଶ୍ବଜିତ୍ ମହାନ୍ତି, ଆଶୁତୋଷ ବେହେରା, ହାପି ବେହେରା, ଅନ୍ତର୍ଯ୍ୟାମୀ ମହାରଣା, ବଳରାମ ସାହୁ ପ୍ରମୁଖଙ୍କ ସହିତ କମିଟିର କର୍ମକର୍ତା ଉପସ୍ଥିତ ରହି ଅନ୍ନ ପ୍ରସାଦସେବନକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।




