କେଗାଁ ଜୟ ମାତା ଦି ଫିଲିଙ୍ଗ ଷ୍ଟେସନ (ଭାରତ ପେଟ୍ରୋଲପମ୍ପ) ମାଲିକଙ୍କ ଦବଙ୍ଗଗିରି
ପେଟ୍ରୋଲକୁ ନେଇ ଅଭିଯୋଗ କଲେ ଗୁଣ୍ଡା ଲଗାଇ ମାରିଦେବାକୁ ଧମକ
କେଗାଁ ଥାନାରେ ଅଭିଯୋଗ କଲେ ଜନ କଲ୍ୟାଣ ସାମ୍ବାଦିକ ସଙ୍ଘ
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଜୟ ମାତା ଦି ଫିଲିଙ୍ଗ ଷ୍ଟେସନ (ଭାରତ ପେଟ୍ରୋଲ ପମ୍ପର) ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପେଟ୍ରୋଲପମ୍ପରେ ଠକାମୀର ଶିକାର ହେଉଛନ୍ତି ଲୋକେ । ପେଟ୍ରୋଲପମ୍ପ ରେ ଲାଗିଥିବା ମିଟର ରିଡିଙ୍ଗ କୁ ନେଇ ଅଭିଯୋଗ କଲେ ପେଟ୍ରୋଲପମ୍ପ ମାଲିକ ଗୁଣ୍ଡା ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏନେଇ ସମ୍ବାଦିକ ଜଣକ କେଗାଁ ଥାନାରେ ଅଭିଯୋଗ କରିବା ଘଟଣା ସଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାରୁ ପ୍ରକାଶ ଅନେକ ବାଇକ ଚାଳକଙ୍କ ଅଭିଯୋଗ କ୍ରମେପେଟ୍ରୋଲ ଏକ ଜାତୀୟ ସମ୍ପତି ଉପରେ ଜଣେ ଡିଲର ଅନିୟମିତକରିବା ଯୁକ୍ତି ଯୁକ କି ଗୋଳାମୁଣ୍ଡା ବ୍ଲକର ଅନୁପମ ଭାରତ ଖବରକାଗଜ ପ୍ରତିନିଧି ବିସିକେଶନ ଜ୍ୟୋତିଷ ପେଟ୍ରୋଲ ପମ୍ପର ରହସ୍ୟ ଜାଣିବାକୁ ନିଜ ବାଇକରେ ପେଟ୍ରୋଲ ଭରିବାକୁ ଗତ ୧୯/୯ରେ ଯାଇଥିଲେ । ହେଲେ ସେଠାରେ ସିଧାସଳଖ ଶୁନ ରୁ ରିଡିଙ୍ଗ ନ ଉଠି ୩ରୁ ଉଠୁଛି ଏବଂ ୧୦୦ ରୁ ୧୦୪ ଉଠୁଛି ଏହା ନିଜ ମୋବାଇଲରେ କଏଦ ରଖିଥିଲେ । ପୁଣି ୨୦/୯ରେ ସାନ୍ଧ୍ୟ ୭ ଘଟିକା ୧୫ ମିନିଟ ସମୟରେ ପେଟ୍ରୋଲ ଭରିବାକୁ ପେଟ୍ରୋଲ ପମ୍ପକୁ ଗଲେ । ସେହି ସମୟରେ ପେଟ୍ରୋଲ ପମ୍ପ ମାଲିକ ଚନ୍ଦନ ଅଗ୍ରୱାଲ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଆଉ ପୁଣି ମୁଁ ଧନୀଲୋକ ୫ ଲକ୍ଷ୍ୟ ଖର୍ଚ୍ଚ କରି ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲେ । ଏ ନେଇ କେଗାଁ ଥାନାରେ ବିସିକେଶନ ଜ୍ୟୋତିଷ ଏକ ଲିଖିତ ଅଭିଯୋଗ କରିଥିବା କଥା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ । ଧନୀଲୋକ ମାନେ ଟଙ୍କା ଖର୍ଚ୍ଚକରି କେତେଲୋକଙ୍କୁ ମାରିବେ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି । ଅନ୍ୟପକ୍ଷରେ ସମ୍ପୃକ୍ତ ମାଲିକ ଆଗରୁ ବୋଧେ ଏଭଳି କାଣ୍ଡ ଭିଆଇଥିବେ, ସେଥିପାଇଁ ବୋଧେ ଜଣେ ସାମ୍ବାଦିକଙ୍କୁ ଏଭଳି ଅସଦାଚରଣ କରୁଥିବା ନେଇ ସମ୍ବାଦିକ ମହଲରେ ଉଦବେଗ ପ୍ରକାଶ ପାଇଛି । ପେଟ୍ରୋଲ ପମ୍ପ ମାଲିକ ଗ୍ରାହକଙ୍କୁ ପେଟ୍ରୋଲ ଦେବାରେ ଠକୁ ଥିବେ ,ସେଥିପାଇଁ ସତ ପଦାକୁ ଆସିବା ଭୟରେ ଏଭଳି ଜଣେ ସାମ୍ବାଦିକଙ୍କୁ ଧମକ ଦେଉଛନ୍ତି । ଅନ୍ୟ ପକ୍ଷରେ ପେଟ୍ରୋଲ ପମ୍ପରେ କିଛି ଗଡ଼ବଡ଼ ଥାଇପାରେ କି ଏବଂ ଲୁଚି ରହିଥିବା ଗୁପ୍ତ ରହସ୍ୟ ଲୋକଲୋଚନକୁ ଆସିପାରେ ବୋଲି ଏପରି ଧମକ ଦିଆଯାଇଛି କି? ଏକ ସନ୍ଧେହ ଉପୁଜିଛି । ଗୋଲାମୁଣ୍ଡା ଜନ କଲ୍ୟାଣ ସାମ୍ବାଦିକ ସଙ୍ଘ ପକ୍ଷରୁ ମଧ୍ୟ ଏକ ଲିଖିତ ଅଭିଯୋଗ କେଗାଁ ଥାନା ଆଇ ଆଇ ସି ମୁକୁନ୍ଦ ଦେବ ନାୟକକୁ ଦାବିପତ୍ର ଦାଖଲ କରାଯାଇଛି । ଦୁଇ ଦିନ ହେଲାଣି ଏଫଆଇଆର ଦେଇ କେଗାଁ ପୋଲିସ କଣ ପଦ କ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ।
ଗୋଲାମୁଣ୍ଡା ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁର ଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ




