କାଞ୍ଚନ ବଜାର ଘଣ୍ଟୁଆ ସେବକଙ୍କ ଘରେ ରାଧାଷ୍ଟମୀ ପାଳିତ
ଢେଙ୍କାନାଳ, ୨୧।୯: ଢେଙ୍କାନାଳ କାଞ୍ଚନ ବଜାରସ୍ଥିତ ଘଂଟୁଆ ସେବକଙ୍କ ଦ୍ବାରା ରାଧାଷ୍ଟମୀ ପୂଜା ପାଳିତ ହୋଇଯାଇଅଛି । ଅପରାହ୍ନ ୫ ଘଟିକାରେ ଭାଗିରଥୀ ସାଗର ଠାରୁ ପୂଜାର୍ଚ୍ଚନା କରାଯାଇ କଳସ ଯାତ୍ରା କରାଯାଇଥିଲା। ପରେ ରାଧାକୃଷ୍ଣଙ୍କର ପୂଜା ସହିତ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ରାଧାଙ୍କ ଜନ୍ମ ପୁସ୍ତକ ପଠନ ପରେ ବିଭିନ୍ନ ଫଳ ନୈବେଦ୍ୟରେ ପୂଜା ହୋଇଥିଲା । ଶେଷରେ ଆଳତି ଦିଆଯାଇଥିଲା । ଏହି ପବିତ୍ର ରାଧାଷ୍ଟମୀ ଦୀର୍ଘ ୭୦ ବର୍ଷ ହେବ ପାଳିତ ହୋଇଆସୁଅଛି । କୂଳ ପୁରୋହିତ ଜଗଦାନନ୍ଦ ତ୍ରିପାଠୀ ପୂଜା କରିଥିଲେ। ବିରଂଚି ନାରାୟଣ ମହାରଣା, ବନମାଳୀ ମହାରଣା, ଗିରିଧାରୀ ମହାରଣା, ଶରତ ମହାରଣା, ସନ୍ତୋଷ ମହାରଣା, ଖଗେଶ୍ବର ମହାରଣା, ସନାତନ ମହାରଣା, ଦେବାଶିଷ ମହାରଣା, ସଞ୍ଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ସଂକୀର୍ତନ ମଣ୍ଡଳୀ ଦ୍ବାରା ନାମ ସଂକୀର୍ତନ କରି ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା ।




