I.N.D.I.A ମେଣ୍ଟରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନୀତୀଶ
ପାଟନା: ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। I.N.D.I.A ମେଣ୍ଟରୁ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛି ଜେଡିୟୁ। ବିହାର ବିଧାନସଭାର ଉପବାଚସ୍ପତି ମହେଶ୍ୱର ହଜାରୀ ଏଭଳି କହିଥିବା ଜଣାଯାଇଛି।
ସେ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଖରେ ଜଣେ ପ୍ରଧାନମନ୍ତ୍ରୀ ହେବା ପାଇଁ ଆବଶ୍ୟକ ସମସ୍ତ ଗୁଣ ରହିଛି।
ଯେତେବେଳେ I.N.D.I.A ମେଣ୍ଟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ, ସେତେବେଳେ ସେମାନେ କେବଳ ନୀତୀଶ କୁମାରଙ୍କ ନାମ ନେବେ। ଭାରତରେ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କଠାରୁ ଅଧିକ ଯୋଗ୍ୟ କେହି ନାହାଁନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜେଡିୟୁର ସମସ୍ତ ସଭାପତିଙ୍କ ସହ ବୈଠକ କରିବା ପରେ ଏହି ସୂଚନା ଦେଇଛନ୍ତି ମହେଶ୍ବର ହଜାରୀ।
ସେ ଆହୁରି କହିଛନ୍ତି ଯେ, ‘ନୀତୀଶ କୁମାର ଏହି ଦେଶର ସବୁଠାରୁ ବଡ ସମାଜବାଦୀ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ କହିଛନ୍ତି ଯେ ରାମ ମନୋହର ଲୋହିଆ ଏବଂ ଜେପିଙ୍କ ପରେ ନୀତୀଶ କୁମାର ହେଉଛନ୍ତି ସମାଜବାଦୀ ନେତା। ନୀତୀଶ କୁମାର ଭାରତ ସରକାରରେ ୫ଥର ମନ୍ତ୍ରୀ ରହିଛନ୍ତି ଏବଂ ୧୮ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଛନ୍ତି। ତାଙ୍କଠାରୁ ଅଧିକ ଯୋଗ୍ୟ କେହି ନାହାଁନ୍ତି। ନୀତୀଶ କୁମାର ହିଁ ସମଗ୍ର ବିରୋଧୀ ଦଳଙ୍କୁ ଏକତ୍ର କରିଛନ୍ତି। ତେଣୁ ଆଜି ନହେଲେ କାଲି ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବ I.N.D.I.A ମେଣ୍ଟ।
ସୋର୍ସ news

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


