ଶ୍ରୀଶ୍ରୀ ଜୟଦୁର୍ଗା ପୂଜା ଅନୁଷ୍ଠାନର ମାଟି ଅନୁକୂଳ
ଢେଙ୍କାନାଳ, ୨୬।୯: ଓଡାପଡା ବ୍ଲକ୍ ସିମିନଇ ଗ୍ରାମର ଗାନ୍ଧି ବଜାରସ୍ଥିତ ଶ୍ରୀ ଶ୍ରୀ ଜୟଦୁର୍ଗା ପୂଜା ପ୍ରତିଷ୍ଠାନର ଶାରଦୀୟ ଦୁର୍ଗାପୂଜା ମୂର୍ତୀ ନିର୍ମାଣ ପାଇଁ ଆଜି ସୁନିଆ ଅବସରରେ ମାଟି ଅନୁକୂଳ ଅନୁଷ୍ଠିତ ହୋଇଯାଇଅଛି । ବ୍ରାହ୍ମଣୀ ନଦୀ କୂଳ କମଗରା ନିକଟରେ ମା’ ଷୋଡଶ ପୂଜା, ଭୋଗ ଲାଗି କରାଯାଇ ମାଟି ଅନୁକୂଳ କରାଯାଇଥିଲା । ଗ୍ରାମବାସୀ ଘଂଟ ବାଦ୍ୟ ଓ ହରିବୋଲ ହୁଳହୁଳିରେ ପରିବେଶ ଉତ୍ସବ ମୁଖର ହୋଇଥିଲା । ୧୯୭୨ ମସିହାରୁ ଆରମ୍ଭ ହୋଇଥିବା ଏହି ଦୁର୍ଗାପୂଜା ଅନୁଷ୍ଠାନ ଆଜି ୫୨ ବର୍ଷରେ ପହଁଚିଅଛି । ସଭାପତି ଏଶୋକ କୁମାର ପରିଡା ଓ ସଂପାଦକ ପ୍ରଣବନ୍ଧୁ ସିଂଙ୍କ ତତ୍ତ୍ଵାବଧାନରେ କର୍ତା ସନ୍ତୋଷ କୁମାର ସିଂ ଓ ପୂଜାକ ଜଗନ୍ନାଥ ମିଶ୍ର ପୂଜା ବିଧ କରି ମାଟି ଅନୁକୂଳ କରିଥିଲେ । କମିଟିର ସମସ୍ତ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।





