ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ମା’ଙ୍କର ମାଟି ଅନୁକୂଳ
ଢେଙ୍କାନାଳ, ୨୬।୯: ବିଶ୍ୱ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ଆଜିଠାରୁ ଶୁଭାରମ୍ଭ ହୋଇଯାଇଅଛି । ଢେଙ୍କାନାଳ ସହର ମହାବୀର ବଜାର ପୂଜା କମିଟି ପକ୍ଷରୁ ଆଜି ସୁନିଆ ଅବସରରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ଘଂଟବାଦ୍ୟ ସହ ପୂଜାଅ ର୍ଜନା କରାଯାଇ ମା’ଙ୍କ ମୂର୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ ହୋଇଥିଲା । ପୂଜକ ମଙ୍ଗରାଜ ପତି ଓ କର୍ତା ପ୍ରମୋଦ କୁମାର ସାହୁ ପ୍ରଥମେ ମା’ଙ୍କର ଷୋଡଶ ପୂଜା ବିଧ କରି ଭୋଗ ଲାଗି କରାଯାଇଥିଲା । ଏହି ମାଟି ଅନୁକୂଳ ଉତ୍ସବରେ ସଭାପତି ଦୀପକ ପ୍ରସାଦ ପଟ୍ଟନାୟକ, ସଂପାଦକ ଜ୍ଞାନେନ୍ଦ୍ର ବେହେରା, କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ଉପଦେଷ୍ଟା କୈଳାସ ଚନ୍ଦ୍ର ମହାପାତ୍ର, ଉପସଭାପତି ଲକ୍ଷ୍ମୀଧର ଦଳେଇ, ସଦସ୍ୟ ସୁଶାନ୍ତ ଦଳେଇ, ରବିନାରାୟଣ ଫୁଟିଆ, ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବହୁ ସଦସ୍ୟଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।




