ରତନ ବଜାର ପୂଜା ପ୍ରତିଷ୍ଠାନ ତରଫରୁ ମା’ଲକ୍ଷ୍ମୀ ଙ୍କ ଶୁଭମାଟି ଅନୁକୂଳ
ଢେଙ୍କାନାଳ, ୨୬/୯: ଢେଙ୍କାନାଳ ସହର ରତନ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ଆଜି ସୁନିଆ ଅବସରରେ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରା ଠାରୁ ଘଂଟବାଦ୍ୟ ସହ ପୂଜାଅର୍ଚ୍ଚନା ଓ ହୋମ କରାଯାଇ ମା’ଲକ୍ଷ୍ମୀଙ୍କ ମୂର୍ତି ନିର୍ମାଣ ନିମନ୍ତେ ଶୁଭମାଟି ଅନୁକୂଳ ହୋଇଯାଇଛି । ପ୍ରଥମେ ପୂଜକ ସନ୍ତୋଷ ଦେବତା ଓ କର୍ତା ସନ୍ତୋଷ କୁମାର ଅଗ୍ରୱାଲା ମା’ଙ୍କର ଷୋଡଶ ପୂଜା ବିଧ୍ୱ ସଂପନ୍ନ କରି ଭୋଗ ଲାଗି ଦେଇ ଶୁଭମାଟି ଅନୁକୂଳ କରିଥିଲେ । ଏହି ମାଟି ଅନୁକୂଳ ଉତ୍ସବରେ ସଭାପତି କୃଷ୍ଣ ପ୍ରସାଦ ମହାନ୍ତି, ସଂପାଦକ ମନୋଜ କୁମାର ଅଗ୍ରୱାଲା, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ନାଥ, ଉପସଭାପତି ପ୍ରସନ୍ନ କୁମାର ସାହୁ, ସହ-ସଂପାଦକ ଧୀରେନ୍ କୁମାର ସାହୁ ଓ ଉପଦେଷ୍ଟା ସୁନିଲ୍ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ବହୁ କର୍ମକର୍ତାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।




