ଚିକଣା ସରପଞ୍ଚ ଓ ନେତୃମଣ୍ଡଳୀ ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ।
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଚିକଣା ସରପଞ୍ଚ ପାର୍ବତୀ ମଲ୍ଲିକ ପୂର୍ବତନ ସରପଂଚ ଧ୍ରୁବ ଚରଣ ସେଠୀ ବିଜୟ କୁମାର ମଲ୍ଲିକ ଙ୍କ ସମେତ ବହୁ ବିଜୁଜନତା ଦଳର ନେତା ନୂତନ ମହିଳା ବାଚସ୍ପତି ଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ବାଚସ୍ପତିଙ୍କୁ ପୁଷ୍ପ ମାଲ୍ୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଏଭଳି ଗୁରୁତବପୂର୍ଣ ପଦବୀ ପାଇଁ ମନୋନୀତ କରିଥିବାରୁ ଶ୍ରୀ ମତି ପ୍ରମିଳା ମଲ୍ଲିକ ତାଙ୍କ ପ୍ରତି କୃତ୍ଞତା ଜ୍ଞାପନ କରିଛନ୍ତି ।
ଅଳକୁଣ୍ଡ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ଦାସ ନୂତନ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ ଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।
ଯାଜପୁର ଜିଲ୍ଲା ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ
ଜାଗ୍ରତ ଭାରତ ନ୍ୟୁଜ .




