କଟକରେ ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ବେଶ ଧୁମଧାମରେ ପାଳନ
ସ୍ଥାନ କଟକ
ତାରିଖ 28/09/23
କଟକରୁ chandan kumar sahoo ରିପୋର୍ଟ
ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଆଜି ପବିତ୍ର ଜନ୍ମ ଜୟନ୍ତୀ । ଏହି ଅବସରରେ ଭାଇଚାରାର ସହର ସିଲଭର ସିଟି କଟକରେ ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ବେଶ ଧୁମଧାମରେ ପାଳନ କରିଛନ୍ତି ଇସଲାମ ଧର୍ମାବଲମ୍ବୀମାନେ । ଏହିଦିନ ଠାରୁ ଇସଲାମ ଧର୍ମର ପ୍ରତିଷ୍ଠା ହୋଇଥିବା ବିଶ୍ଵାସ କରାଯାଏ । ତେଣୁ ଏହି ଦିନକୁ ଚିରସ୍ମରଣୀୟ କରିବା ସହ ମହାପୁରୁଷ ମହମ୍ମଦଙ୍କ ବାଣୀକୁ ଅନୁସରଣ କରିବା ପାଇଁ ଏହି ଦିନକୁ ‘ଇଦ-ମିଲାଦୁନ-ନବି’ ଭାବେ ଇସଲାମ ଧର୍ମାବଲମ୍ବୀମାନେ ପାଳନ କରିଥାନ୍ତି । ସହରରେ ଥିବା ସମସ୍ତ ମୁସଲମାନ ସମ୍ପ୍ରଦାୟ ବିଶାଳ ଶୋଭା ଯାତ୍ରାରେ ବାହାରି କଟକ ସହର ପରିକ୍ରମା କରିଛନ୍ତି ।ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟ ଅନୁସାରେ ଶୋଭାଯାତ୍ରା ଗୁଡ଼ିକ କଦମ ଏ ରସୁଲ ଠାରେ ପହଞ୍ଚିଥିଲା । ସେଠାରେ ବିଶ୍ୱ ଶାନ୍ତି ନିମନ୍ତେ ସମୂହ ନମାଜ୍ ପାଠ କରାଯାଇଥିଲା । ତେବେ ସର୍ବ ଦଳୀୟ ଓ ଭାଇଚାର ଆଧାରରେ ପାଳିତ ହୋଇଛି । ଅନ୍ୟ ପଟେ ଜୁଲୁସ୍ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ଜୋବ୍ରା, ବକ୍ସି ବଜାର, କଲେଜ ଛକ, ସୂତାହାଟ, ଗୌରୀ ଶଙ୍କର ପାର୍କ, ସମେତ କଟକର ପ୍ରମୁଖ ଛକ ମାନଙ୍କରେ ପୋଲିସ ମୁତୟନ ରହିଛନ୍ତି । ଯାହାଦ୍ବାରା ଏହି ବିଶାଳ ଶୋଭା ଯାତ୍ରା ସୁରୁଖୁରରେ ଚାଲିଥିବା ନେଇ କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।ଏହି ଶୋଭାଯାତ୍ରା ରେ ସବୁ ରାଜନୈତିକ ଦଳର ନେତା ମାନେ ମଧ୍ଯ ସାମିଲ
ହୋଇଥିଲେ, ଏହି ଶୋଭାଯାତ୍ରାରେ ବିଭିନ୍ନ ସଂଗଠନ ପକ୍ଷରୁ ସାହିର ସଭାପତି, ସମ୍ପାଦକ,ମସଜିଦ୍ ର ଇମାମ
ମାନଙ୍କୁ ସମ୍ଵର୍ଦ୍ଧନା ଦିଆଯାଇଥିଲା,




