*ଇଦ୍–ମିଲାଦ୍–ଉନ୍–ନବି* ( *ମହାପୁରୁଷ ମହମ୍ମଦ* ) ଙ୍କ ଜନ୍ମ ବାର୍ଷିକ ଶାନ୍ତି ପୂର୍ଣ୍ଣ ଭାବରେ ଅତି ଉତ୍ସାହ ର ସହ ପାଳନ କରାଗଲା ଢେଙ୍କାନାଳ ସହର କାଞ୍ଚନ ବଜାର ସ୍ଥିତ ସୁନ୍ନି *ମୋତି ମସଜିଦ* ଠାରେ |
_________________________________
ସମଗ୍ର ଭାରତ ବର୍ଷ ରେ ପବିତ୍ର *ଇଦ୍- ମିଲାଦ୍-ଉନ୍-ନବି (ମହାପୁରୁଷ ମହମ୍ମଦ)* ଙ୍କ ଜନ୍ମ ବାର୍ଷିକ ଅତି ଉତ୍ସାହ ଓ ଆନନ୍ଦ ର ସହ ଆଜି ପାଳନ କରାଯାଇଛି | ଢେଙ୍କାନାଳ ସହରରେ ମଧ୍ୟ ଇସଲାମ୍ ଧର୍ମାବଲମ୍ବୀ ମାନେ ଶାନ୍ତି ଶୃଙ୍ଖଳା ଭବରେ ଉଲ୍ଲାସ ଓ ଆନନ୍ଦର ସହ
ପବିତ୍ର *ଇଦ୍- ମିଲାଦ୍-ଉନ୍-ନବି* ପାଳନ ଉଦ୍ଦେଶ୍ଯ ରେ ବହୁ ସଂଖ୍ୟାରେ କୁନି କୁନି ପିଲା, ବୃଦ୍ଧା ଏବଂ ଯୁବ ସମାଜ ମାନେ ଏକତ୍ରୀତ ହୋଇଥିଲେ | ମସଜିଦ୍ ର ଇମାମ୍ *ହାଫିଜ୍ ମହମ୍ମଦ୍ ଜଲାଲୁଦ୍ଦୀନ୍* ପ୍ରଫେଟ ମହମ୍ମଦ ଙ୍କର ବାଣୀ ପାଠ କରି ଶୋଭା ଯାତ୍ରା ଆରମ୍ଭ କରି ଥିଲେ | ଉକ୍ତ ଶୋଭାଯାତ୍ରା ରେ ପବିତ୍ର ଭକ୍ତି ଗୀତ ଶ୍ରଦ୍ଧାଳୁଙ୍କ ଦ୍ଵାରା ଉପସ୍ଥାପନା କରାଯିବା ସହ ସଭିଙ୍କୁ ମିଠା, ସର୍ବତ୍ ବଣ୍ଟନ କରାଗଲା | ଏହି ସୁନ୍ଦର ଶୋଭାଯାତ୍ରା ମୋତି ମସଜିଦ୍ ଠାରୁ ଆରମ୍ଭ ହୋଇ ସହର ର ମୁଖ୍ୟ ରାସ୍ତା ଦେଇ ଗଣେଶ ବଜାର ଠାରୁ ଶାସନ ଛକ ପହଞ୍ଚି ସାହି ବସ୍ତି ପରିକ୍ରମା କରି ମୋତି ମସଜିଦ୍ ଠାରେ ଶେଷ ହୋଇଥିଲା | ମସଜିଦ୍ ର ଇମାମ୍ *ହାଫିଜ୍ ମହମ୍ମଦ ଜଲାଲ୍ଉଦ୍ଦିନ୍* ଙ୍କ ସଭାପତିତ୍ବରେ ଆୟୋଜିତ ହୋଇ ମହମ୍ମଦ ସଲ୍ଲାଉଦ୍ଦିନ୍, ସେକ୍ ଅକମଲ୍, ଇଦ୍ରିସ୍ ବକ୍ସ୍, ମହମ୍ମଦ ଆଝାରୁଦ୍ଦିନ, ସଫିକ୍ ମହମ୍ମଦ୍, ଗୁଲଫାମ୍ ମହମ୍ମଦ୍,
ସର୍ଫରାଜ୍ ଅଲି ଏବଂ ମୁସଲମାନ୍ ଯୁବ ସମାଜଙ୍କ ସହଯୋଗ ରେ ପବିତ୍ର ଶୋଭାଯାତ୍ରା ସମାପ୍ତ ହେଲା |

April 19, 2026/
No Comments



